Latest Odisha News

BREAKING NEWS

ମୃତ୍ୟୁ ପରେ ବି ମାରାଡୋନାଙ୍କ ପିଛା ଛାଡୁନି ବିବାଦ, ଏବେ ଆଉ ଏକ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଫୁଟବଲ ଇତିହାସର ମହାନ ଖେଳାଳି ଭାବେ ବିବେଚିତ ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ବର୍ଷେ ହେବ ପରଲୋକ ଘଟିବା ସତ୍ୱେ ବିବାଦ ତାଙ୍କ ପିଛା ଛାଡୁନି । କ୍ୟୁବାର ୩୭ ବର୍ଷୀୟା ମାଭିସ ଆଲଭେରାଜ ମାରାଡୋନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୋତେ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା କ୍ୟୁବାରେ ମାରାଡୋନାଙ୍କୁ ଭେଟିବା ସୁଯୋଗ ମିଳିଥିଲା । ଏହା ପରେ ମାରାଡୋନା ମୋ ସହିତ ଅନେକ ଥର ଦୁଷ୍କର୍ମ କରିଛନ୍ତି । ଧମକ ଦେଇ ମୋତେ କୋକେନ ଖାଇବାକୁୂ ବାଧ୍ୟ କରାଇଥିଲେ । ତାଙ୍କ ଯୋଗୁ ମୁଁ ନିଶାଗ୍ରସ୍ତ ହୋଇ ପଡିଥିଲି । ୨୦୦୧ରେ ମୋତେ ତାଙ୍କ ଟିମ ଜୋର ଜବରଦସ୍ତ ହୋଟେଲ ବନ୍ଧକ ରଖିଥିଲେ । ସେ ସମୟରେ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ମୋ ପାଖରେ ସାହସ ନ ଥିଲା ବୋଲି ମାଭିସ କହିଛନ୍ତି ।

ଆର୍ଜେଂଟିନାର ଏନଜିଓ ଫାଉଣ୍ଡେସନ ଫର ପିସ ମାରାଡୋନା ଏବଂ ତାଙ୍କ ଟିମ ଉପରେ ମାନବ ତଷ୍କର, ଦୁଷ୍କର୍ମ ଏବଂ ଅପହରଣ ସମେତ ଅନେକ ମାମଲା ରୁଜୁ କରିଛନ୍ତି । ବର୍ତମାନ କୋର୍ଟ ଏ ନେଇ ନିଷ୍ପତି ନେବ ବୋଲି ଉକ୍ତ ଏନଜିଓ ପକ୍ଷରୁ କୁହାଯାଇଛି । ମାରଡୋନାଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ତାଙ୍କ ଟିମ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.