Latest Odisha News

[ଭିଡ଼ିଓ]ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡ଼ିଏସଡ଼ବ୍ଲୁଓ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁ । ସକାଳୁ ଚନ୍ଦ୍ରା ସାହୁଙ୍କ ବରପାଲିସ୍ଥିତ ନିଜ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହାସହ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଭିଜିଲାନ୍ସ ଚଢ଼ାଉ କରାଯାଉଛି ।

ତନ୍ଦ୍ରା ସାହୁଙ୍କଠାରୁ ନଗଦ ୩ଲକ୍ଷ ୫୪ହଜାର ୪୨୦ଟଙ୍କା ଜବତ କରାଯାଇଛି । ଏହାସହ ତାଙ୍କ ବାସଭବନ ଓ ବରପାଲି ନିକଟରେ ଥିବା ଗୋପେଇପାଳିରେ ଜମି ରହିଥିବା ଜଣାପଡ଼ିିଛି । ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସର ୨ଟି ଟିମ୍ ଛାନଭିନ୍ ଜାରି ରଖିଛି । ପୂର୍ବରୁ ତାଙ୍କ ନାମରେ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭିଜିଲାନ୍ସ ଟିମର ନଜରରେ ରହିଥିଲେ ଅତିରିକ୍ତ ଡ଼ିଏସଡ଼ବ୍ଲୁଓ । ଚଢ଼ାଉରେ ଅନେକ କାଗଜପତ୍ର ଜବତ ହୋଇଛି ।

Leave A Reply

Your email address will not be published.