ଭୁବନେଶ୍ବର:ଖରାଦିନେ ଆମେ କାକୁଡି ଖାଇଥାଉ । ଏହା ଶରୀରକୁ ହାଇଡ୍ରେଟେଡ୍ ରଖେ । କାକୁଡ଼ିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ଥିବାରୁ ରକ୍ତଚାପରେ ପୀଡ଼ିତ ଲୋକଙ୍କ ପାଇଁ ଏହା ଲାଭଦାୟକ । ପ୍ରତିଦିନ ଗୋଟିଏ କପ୍ କାକୁଡ଼ି ରସ ପିଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । କାକୁଡ଼ିରେ ଭିଟାମିନ୍ ଏ ଏବଂ ସି ଭରପୁର ମାତ୍ରାରେ ରହିଛି ।
କାକୁଡ଼ି ରସ ଏକ ଭଲ ଡିଟକ୍ସ ପାନୀୟ ଭାବରେ କାମ କରେ । ଯଦି ପ୍ରତିଦିନ ସକାଳେ ଏହି ରସ ପିଇବେ, ଏହା ଶରୀରକୁ ସଫା କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ କାକୁଡି ରସ ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ହୁଏ । କାକୁଡ଼ି ରସ ଅଧିକ ଓଜନ ଥିବା ଲୋକଙ୍କ ପାଇଁ ବହୁତ ଭଲ । ତେଣୁ ଏହାକୁ ପ୍ରତିଦିନ ସେବନ କରିବା ଭଲ ।
କାକୁଡ଼ି ରସ ଶରୀରର ଉତ୍ତାପକୁ ହ୍ରାସ କରେ । ଗୋଟିଏ ଛୋଟ କାକୁଡ଼ିରେ ପ୍ରାୟ ୯୬ପ୍ରତିଶତ ପାଣି ଥାଏ । କାକୁଡିରେ ଥିବା ମ୍ୟାଗ୍ନେସିୟମ ଆପଣଙ୍କୁ ଭଲ ନିଦ ଦିଏ । ଆମ ଶରୀରରେ ଡ଼ାଇବେଟିସ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ମଧ୍ୟ ଏହା ନିୟନ୍ତ୍ରଣରେ ରଖେ । କାକୁଡ଼ି ରସ ହୃଦୟକୁ ସୁସ୍ଥ ରଖେ ଏବଂ ହୃଦଘାତର ଆଶଙ୍କା କମାଇଥାଏ ।
କାକୁଡ଼ିରେ ଫାଇବର ମିଳେ । ଏହାକୁ ଖାଇବା ଦ୍ବାରା ପାଚନକ୍ରିୟା ଠିକ୍ ରହେ ଏବଂ ପାଚନ ସମସ୍ୟା କମିଯାଏ । ଏଥିସହ କୋଷ୍ଠକାଠିନ୍ୟ ଏବଂ ବଦହଜମୀ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଏହି କାକୁଡିରେ କୁକରବିଟିନ୍ ବି (CUB) ନାମକ ଫାଇଟୋକେମିକାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଦ୍ଵାରା କର୍କଟ ରୋଗର ଆଶଙ୍କା କମ୍ ହୁଏ । କାକୁଡିରେ ଭିଟାମିନ୍ ଏବଂ କ୍ୟାଲସିୟମ୍ ଭରପୁର ପରିମାଣରେ ଥାଏ । ଏହାର ନିୟମିତ ସେବନ ହାଡ଼କୁ ମଜବୁତ କରେ ।
Comments are closed.