Latest Odisha News

BREAKING NEWS

ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟିରେ ହଜାରେ କୁକୁଡାକୁ ମାରିଲା ରାପିଡ୍ ରେସ୍‌ପନ୍ସ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ବାର୍ଡ ଫ୍ଲ ଭୂତାଣୁରେ ସଂକ୍ରମିତ ହୋଇଥିବା ହଜାରେରୁ ଅଧିକ କୁକୁଡାକୁ ମରାଯାଇଛି । ମୃତ କୁକୁଡାଗୁଡିକୁ ବଡ ବଡ ଗାତ ଖୋଳାଯାଇ ପୋତି ଦିଆଯାଇଛି । ୧୨ଟି ରାପିଡ ରେସ୍‌ପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି ।

ଅନ୍ୟ ୫ଟି ଟିମ୍ ଓୟୁଏଟିର ୧୦ କିଲୋମିଟର ଅଚଂଳରେ ଭୂତାଣୁ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି । ଘରକୁ ଘର ବୁଲି ଯେଉଁମାନ କୁକୁଡା ରଖିଥିଲେ ସେଗୁଡିକୁ ମରାଯିବା ବ୍ୟବସ୍ଥା କରାଯାଇଛି । ଏଥିସହ ନିୟମିତ ବ୍ୟବଧାନର କୁକୁଡାଙ୍କ ରକ୍ତ, ଲାଳ, ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ପ୍ରଥମ ଦିନରେ ଓୟୁଏଟିରେ ଥିବା ହଜାରେରୁ ଅଧିକ କୁକୁଡାକୁ ମାରି ପୋତିଦିଆଯାଇଛି । କେବଳ ଓୟୁଏଟିରେ ଥିବା କୁକୁଡା ହିଁ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଲଗାତାର ୨ ଦିନ ଧରି ଏହି କୁକୁଡା ମରା ଅଭିଯାନ ଚାଲିବ । ଆଖପାଖ ଅଚଂଳରେ ଥିବା କୁକୁଡାଙ୍କ ଉପରେ ମଧ୍ୟ ନଜର ରଖାଯାଇଛି ।

Leave A Reply

Your email address will not be published.