Latest Odisha News

BREAKING NEWS

ଚଳିତ କେନ୍ଦ୍ରୀୟ ବଜେଟ୍ ପଛର କୋର୍ ଟିମ୍‌କୁ ଜାଣନ୍ତୁ, କିଏ ଏମାନେ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ମୋଦି ସରକାରଙ୍କ ୨.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ଏଥିପାଇଁ ବଜେଟ୍‌ର ପ୍ରିଂଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ବଜେଟକୁ ପ୍ରସ୍ତୁତ କରିବା ପଛରେ ରହିଛି କୋର୍ ଟିମ୍‌ଙ୍କ ହାତ । ଏହି କୋର୍‌ଟିମ୍‌ରେ ଏଭଳି ୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ରହିଛନ୍ତି, ଯେଉଁମାନେ କି ବଜେଟକୁ ଚୂଡାନ୍ତ ରୂପ ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ସରକାରଙ୍କ ଆମଦାନୀ ଓ ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରୁଥିବା ଏହି ୬ ଜଣ ପ୍ରମୁଖ ବ୍ୟକ୍ତିଙ୍କ ବିଷୟରେ ।

କୃଷ୍ଣାମୂର୍ତି ସୁବ୍ରମଣ୍ୟମ(ମୁଖ୍ୟ ଆର୍ଥିକ ପରାମର୍ଶଦାତା)

ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣାମୂର୍ତି ସୁବ୍ରମଣ୍ୟମ ଜଣେ ଜଣାଶୁଣା ଅର୍ଥଶାସ୍ତ୍ରୀ । ଏବେ ସେ ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍‌ରେ ଆସୋସିଏଟ୍ ଅଧ୍ୟାପକ ଅଛନ୍ତି । ସେ ସିକାଗୋ ବୁଥରୁ ପିଏଚ୍‌ଡି କରିଛନ୍ତି । ଏଥିସହ ସେ ଆଇଆଇଟିଏବଂ ଆଇଆଇଏମ୍‌ର ପୂର୍ବତନ ଛାତ୍ର । ବିଶ୍ୱର ସବୁଠାରୁ ଶୀର୍ଷରେ ଥିବା ବ୍ୟାଙ୍କିଂ, କର୍ପୋରେଟ୍ ଗର୍ଭନାନ୍ସ ଏବଂ ଇକୋନମିକ ପଲିସି ଏକ୍ସପର୍ଟ ମଧ୍ୟରେ ସୁବ୍ରମଣ୍ୟମଙ୍କ ନା ଗଣାଯାଏ । ଏଥିସହ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୬ ନଭେମ୍ବର ୮ରେ କରାଯାଇଥିବା ବିମୁଦ୍ରୀକରଣକୁ ସେ ସମର୍ଥନ ମଧ୍ୟ କରିଥିଲେ ।

ରାଜୀବ କୁମାର(ଅର୍ଥ ସଚିବ)

ଅର୍ଥ ମନ୍ତ୍ରାଳୟର ସବୁଠୁ ବରିଷ୍ଠ ତଥା ଶୀର୍ଷ ପ୍ରଶାସନିକ ଅଧିକାରୀ ହେଉଛନ୍ତି ରାଜୀବ କୁମାର । ବଜେଟ ଭାଷଣକୁ ପ୍ରସ୍ତୁତ କରିବାରେ ରାଜୀବ ପ୍ରମୁଖ ଭୂମିକା ରହିଛି । ସେ ବ୍ୟାଙ୍କିଙ୍ଗ ସୁଧାରରେ ଅନେକ ବଡ ନିଷ୍ପତି ନେଇଛନ୍ତି । ସେ ବ୍ୟାଙ୍କିଙ୍ଗ ରିକେପିଟାଲାଇଜେସନ ପାଇଁ ବ୍ୟାଙ୍କ ମର୍ଜରର କାମ କରିଥିଲେ । ଚଳିତ ବଜେଟ୍‌ରେ ସେ ବ୍ୟାଙ୍କିଙ୍ଗ ସେକ୍ଟରକୁ ଆର୍ଥିକ ସଂକଟରୁ ବହାର କରିବା ସହ କଜମ୍‌ଶନ୍ ବୃଦ୍ଧି କରିବା ପାଇଁ କ୍ରେଡିଟ୍ ଗ୍ରୋଥକୁ ବଢ଼ାଇବା ଦିଗରେ କାମ କରିବେ ବୋଲି ଆଶା କରାଯାଉଛି ।

ଅତନୁ ଚକ୍ରବର୍ତୀ (ଅର୍ଥନୈତିକ ବ୍ୟାପାର ସଚିବ)

ଆର୍ଥିକ ମାମଲାର ସଚିବ ହେଉଛନ୍ତି ଅତନୁ ଚକ୍ରବର୍ତୀ । ସେ ଗୁଜୁରାଟ କ୍ୟାଡେରର ୧୯୮୫ ବ୍ୟାଚ୍‌ର ପ୍ରଶାସନିକ ଅଧିକାରୀ । ସେ ଗତ ବର୍ଷ ଜୁଲାଇ ମାସରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆର୍ଥିକ ଅଭିବୃଦ୍ଧି ୫ ପ୍ରତିଶତରେ ବଢ଼ିଥିଲା । ତାଙ୍କ ନେତୃତ୍ୱରେ ଗଠିତ ପ୍ୟାନେଲ ଗ୍ରୋଥକୁ ରାସ୍ତାକୁ ଫେରାଇବା ଲାଗି ଏକ ଟ୍ରିଲିୟନ ଡଲାରୁ ଅଧିକ ଟଙ୍କାର ଭିତିଭୂମି ପ୍ରୋଗ୍ରାମ ପ୍ରସ୍ତୁତ କରିଛନ୍ତି ।

ଅଜୟ ଭୂଷଣ ପାଣ୍ଡେ (ରାଜସ୍ୱ ସଚିବ)

୧୯୮୪ ବ୍ୟାଚର ଆଇଏଏସ୍ ଅଧିକାରୀ ଅଜୟ ଭୂଷଣ ପାଣ୍ଡେ ବର୍ତମାନ ଅର୍ଥ ମନ୍ତ୍ରାଳୟର ରାଜସ୍ୱ ସଚିବ ଅଛନ୍ତି । ତାଙ୍କ ଉପରେ ସଂସାଧନ ବୃଦ୍ଧି କରିବା ଦାୟିତ୍ୱ ରହିଛି । ଆଶା କରାଯାଉଛି ଯେ, ସେ ପ୍ରତ୍ୟେକ୍ଷ କରରେ କିଛି ପ୍ରସ୍ତାବକୁ ପ୍ରଭାବିତ କରିପାରନ୍ତି । ଅଜୟ ଭୂଷଣ ଚଳିତ ବଜେଟ୍ ଟିମ୍‌ର ଜଣେ ପ୍ରମୁଖ ଅଂଶ, ଯାହାଙ୍କ ଉପରେ ଅଧିକ ଚାପ ରହିଛି ।

ଟିଭି ସୋମନାଥନ (ବ୍ୟୟ ସଚିବ)

ଟିଭି ସୋମନାଥନ ବର୍ତମନା ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଅଛନ୍ତି । ନିକଟରେ ସେ ଅର୍ଥ ମନ୍ତ୍ରାଳୟକୁ ଆସିଛନ୍ତି । ସୋମନାଥନଙ୍କ ଉପରେ ସରକାରୀ ଖର୍ଚ୍ଚକୁ ସଠିକ ରୂପେ ପରିଚାଳନା କରିବା ଦାୟିତ୍ୱ ରହିଛି । ଏହାଦ୍ୱାରା ଅଦରକାରୀ ଖର୍ଚ୍ଚ କମ୍ ହେବ ଏବଂ ଚାହିଦା ବଢ଼ିବ । ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ହେବା ପୂର୍ବରୁ ସୋମନାଥନ ପିଏମ୍‌ଓରେ କାମ କରିସାରିଛନ୍ତି । ଏହି କାଣରୁ ପ୍ରଧାନମନ୍ତ୍ରୀ ମୋଦି କେଉଁ ପ୍ରକାର ବଜେଟ୍ ଚାହୁଛନ୍ତି ତାହା ସେ ଭଲଭାବେ ଜାଣନ୍ତି ।

ତୁହୀନକାନ୍ତ ପାଣ୍ଡେ (ଦୀପମ୍ ସଚିବ)

ଏୟାର ଇଣ୍ଡିଆ ଓ ଅନ୍ୟ ସରକାରୀ କମ୍ପାନୀରେ ନିବେଶ ଏବଂ ପୁଂଜି ପ୍ରତ୍ୟାହାର ନେଇ ଅର୍ଥମନ୍ତ୍ରାଳୟର ଡିପାର୍ଟମେଂଟ ଅଫ୍ ଇନ୍‌ଭେଷ୍ଟମେଂଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଂଟ(ଦୀପମ) ସଚିବ ତୁହୀନକାନ୍ତ ପାଣ୍ଡେଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆୟ ବଢ଼ାଇବା ପାଇଁ ଅନ୍ୟ ସରକାରୀ କମ୍ପାନୀରେ ବିନିବେଶ ଦାୟିତ୍ୱ ମଧ୍ୟ ତାଙ୍କ ହାତରେ ରହିଛି । ଏହାଦ୍ୱାରା ସରକାରଙ୍କ ଆୟ ବୃଦ୍ଧି ହୋଇପାରିବ ।

Leave A Reply

Your email address will not be published.