Latest Odisha News

BREAKING NEWS

ରାଜ୍ୟରେ ୨୦ ଲକ୍ଷ ଟପିଲା କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲଛି କୋଭିଡ୍ ଟେଷ୍ଟ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କର ନମୁନା ପରୀକ୍ଷା କରାଗଲାଣି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୫୦ ହଜାର ୬୬୩ ଟେଷ୍ଟିଂ କରାଯାଇଛି ।

ଆଣ୍ଟିଜେନରେ ୪୩ ହଜାର ୬୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ RT-PCରେ ୬ ହଜାର ୮୯୮ ଓ ଟ୍ରୁନଟ୍- ୧୨୫ଟି ନମୁନା ପରୀକ୍ଷା କରାଯାଇଛି । ରାଜ୍ୟରେ ଏହି ସଂଖ୍ୟା ଆଜି ସୁଦ୍ଧା ୨୦ ଲକ୍ଷ ୪୮ ହଜାର ୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ ମୋଟ୍ ୫୬ଟି ଲ୍ୟାବରେ ନମୁନା ପରୀକ୍ଷା କରାଯାଉଛି । ରାଜ୍ୟରେ ଲକ୍ଷେ ଲୋକସଂଖ୍ୟାରେ ୪ ହଜାର ୫୭୦ ଟେଷ୍ଟିଂ କରାଯାଉଛି । ପ୍ରତିଦିନ କରାଯାଉଛି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା । ପଜିଟିଭ ରେଟ୍ ୫.୮୪% ଥିବା ବେଳେ ନେଗେଟିଭ୍ ରେଟ୍ ରହିଛି ୯୪.୧୬% ।

Leave A Reply

Your email address will not be published.