Latest Odisha News

BREAKING NEWS

ପରଲୋକରେ ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇ

ଭୁବନେଶ୍ୱର: ଆଉ ନାହାନ୍ତି ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇ । ଗତକାଲି ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା ।

ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲା । ଏଥିପାଇଁ ତାଙ୍କୁ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିଜେଡିର କିଛି ନେତା ତାଙ୍କର ଶେଷ ଦର୍ଶନ କରିଥିଲେ ।

୨୦୦୯ରୁ ୨୦୧୪ ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ନାଥ ଭୋଇ ।

Leave A Reply

Your email address will not be published.