ଭୁବନେଶ୍ବର: କେଶ ଝଡିବା,ଡେନଡ୍ରଫ ସମସ୍ୟା ଆଜିକାଲି ସାଧାଣ ସମସ୍ୟା ପାଲଟିଛି । ଏହାକୁ ଦୂର କରିବା ପାଇଁ ବଜାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦରକାର ନାହିଁ । ଘରେ ଥିବା ମେଥି ଏହି ସମସ୍ୟା ଦୂର କରି ପାରିବ । କାରଣ ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ ପ୍ରଚୁର ପରିମାଣରେ ଥାଏ । ଏହି ତତ୍ତ୍ବ କେଶକୁ ମଜବୁତ୍ କରିବା ସହ ଏବଂ ଚମକ ବଢାଇଥାଏ ।
ତେବେ ମେଥି ହେୟାର ମାସ୍କ ତିଆରି ପାଇଁ ପ୍ରଥମେ ଗରମ ପାଣିରେ ମେଥି ଦାନାକୁ ରାତିସାରା ଫୁଲିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ମେଥି ଦାନାକୁ ପେଶି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହାପରେ ଏଥିରେ ନଡିଆ ତେଲକୁ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହି ହେୟାର ମାସ୍କକୁ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ହର୍ବାଲ ସାମ୍ପୁରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହି ମାସ୍କ ବ୍ଯବହାର କଲେ କେଶ ଝଡିବା ବନ୍ଦ ହୋଇଥାଏ ।
କେଶର ଚମକ ଆଣିବା ରାତିସାରା ଭିଜାଇ ରଖିଥିବା ମେଥି ଦାନାକୁ ପେଶି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଅଣ୍ଡାର ହଳଦିଆ ଅଂଶକୁ ମିଶାଇ କେଶରେ ଅଧଘଣ୍ଟା ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସାମ୍ପୁ ଲଗାଇ କେଶକୁ ଧୋଇ ଦିଅନ୍ତୁ । ମାସକୁ ଦୁଇଥର ଏହି ମାସ୍କ ବ୍ୟବହାର କରି ପାରିବେ ।
ସେହିପରି ରାତିରେ ଭିଜା ହୋଇଥିବା ମେଥି ଦାନାକୁ ଦହି ସହିତ ପେସି ଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ କେଶରେ ଲଗାଇ ଘଣ୍ଟାଏ ପରେ ଶାମ୍ପୁ ଲଗାଇ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ମାସ୍କକୁ ବ୍ୟବହାର କରିବେ ।
Comments are closed.