ୟୁରୋପ: ଚାରିଆଡେ ମାରାତ୍ମକ ଭାଇରାସ କରୋନାକୁ ନେଇ ହା ହା କାର । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଟିକା ତିଆରି କିରବାରେ ଲାଗି ପଡିଛନ୍ତି । ଏହାରି ଭିତରେ ଜର୍ମାନ ବାୟୋଟେକ କମ୍ପନୀ କିଓରଭାକ(CureVac)ର CVnCoV ନାମକ କରୋନା ଟିକା ମଣିଷ ଶରୀରରେ ଫଳପ୍ରଦ ହେଉଥିବା କମ୍ପାନୀ ଦାବି କରିଛି ।
ଏହି ଭାକ୍ସିନକୁ ଅନ୍ତରୀଣ ଫେଜ-୧ ଡାଟା ଆଧାରରେ ତିଆରି କରାଯାଇଛି । ୨୦୨୦ ଶେଷ ସୁଦ୍ଧା ଭାକ୍ସିନର ବଡ ସଂଖ୍ୟାରେ ମାନବ ପରୀକ୍ଷଣ କରାଯିବାକୁ ଯୋଜନା ରହିଥିବା କିଓରଭାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।
CVnCoV ନାମକ ଏହି ଭାକ୍ସିନ ପ୍ରରମ୍ଭିକ ପରୀକ୍ଷଣରେ ସଫଳ ରହିଛି । ଭଲ୍ୟୁଣ୍ଟିୟରଙ୍କଠାରେ ସେତିକି ଆଂଟିବଡି ବିକଶିତ ହୋଇଛି ଯେତିକି ଜଣେ ଅତି ଗୁରୁତର କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ହୋଇଥାଏ । ସାରା ବିଶ୍ୱରେ ୧୫୦ରୁ ଅଧିକ କରୋନା ଭାକ୍ସିନ ଉପରେ କାମ ଜାରି ରହିଛି । ଏଥିରୁ ୧୦ ଆଡଭାନ୍ସଡ ଷ୍ଟେଜ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ଷ୍ଟେଜରେ ରହିଛି ।
Comments are closed.