ୱାଶିଂଟନ: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ଘଟଣା ନେଇ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଛି । ରିପୋର୍ଟ ମୁତାବକ ୪୦ ସହରରେ କର୍ଫ୍ୟୁ ଲଗାଯାଇଛି । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିଲା । ପରିସ୍ଥିତି ଉତେଜନା ପୂର୍ଣ୍ଣ ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟହାଉସର ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ କିଛି ସମୟ ପାଇଁ ନିଆଯାଇଥିଲା । ତେବେ ଏହି ରିପୋର୍ଟ ସତ୍ୟତା ନେଇ ମଧ୍ୟ କେତେକ ନ୍ୟୁଜ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି । ସିଏନଏନ ମୁତାବକ ୱାଂଶିଟନ ସମେତ ୧୫ ସହରରେ ୫ ହଜାର ନ୍ୟାଶନାଲ ଗାର୍ଡସଙ୍କୁ ନିୟୋଜିତ କରାଯାଇଛି । ମେ ୨୬ ରେ ପୋଲିସ ଠକାମି ଅଭିଯୋଗରେ ଫ୍ଲାଏଡଙ୍କୁ ଗିରଫ କରିଥିଲା । ଜଣେ ପୋଲିସ ଅଫିସର ତାଙ୍କ ବେକ ଉପରେ ଆଣ୍ଠୁ ରଖିବ କାବୁ କରିବା ଚେଷ୍ଟା କରୁଥିଲେ । ଫ୍ଲାଏଡ ନିଶ୍ୱାସ ନେଇ ପାରୁ ନ ଥିବା କହୁଥିଲେ ମଧ୍ୟ ପୋଲିସ ଜଣକ ଶୁଣି ନ ଥିଲେ । ଶେଷରେ ଫ୍ଲାଏଡ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଅଶ୍ୱେତ ନିବାସୀ ଏବଂ ମାନବିକତାକୁ ସମର୍ଥନ କରୁଥିବା ଅମେରିକାବାସୀ ବିକ୍ଷୋଭକୁ ଓହ୍ଲାଇଥିଲେ ।
BREAKING NEWS
- ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ
- ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ
- ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼
- ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
- ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି
- ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ
Comments are closed.