Latest Odisha News

BREAKING NEWS

କଟକରେ କର୍ଫ୍ୟୁ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତିରୁ କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି।

କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, CDA ଫେଜ୍-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି,ବୟାଳିଶ ମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ।

ତେବେ ଏହି ଗଣ୍ଡଗୋଳରେ ଡିସିପିଙ୍କ ସମେତ ୬ ଜଣ ଆହତ ମଧ୍ୟ ହୋଇଥିଲେ।

ପେଟ୍ରୋଲ ପମ୍ପ, ହସ୍ପିଟାଲ, ମେଡିସିନ ଷ୍ଟୋର୍‌ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। ଅଧିକ ବସ ଚଳାଚଳ ନ କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି। କଟକ ସହରରେ ଥିବା ସବୁ ସରକାରୀ ଅଫିସ ଓ SCB ମେଡିକାଲ ଖୋଲା ରହିବ ବୋଲି ଜଣାପଡ଼ିଛି। ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି।ତେବେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ।

 

Comments are closed.