Latest Odisha News

BREAKING NEWS

ସମ୍ବଲପୁରରୁ କେବେ ହଟିବ କର୍ଫ୍ୟୁ ? ଡିଜିପି କହିଲେ ସ୍ଥିତି ଠିକ୍ ରହିଲେ ଦିନେ କିମ୍ବା ୨ ଦିନ…

ସମ୍ବଲପୁର: ଶାନ୍ତି ଫେରୁଛି, କର୍ଫ୍ୟୁ ହଟିବ । ୧୪ ତାରିଖ ପର ଠାରୁ ସମ୍ବଲପୁର ସହରରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି । ଗତକାଲି କର୍ଫ୍ୟୁ କୋହଳ ହୋଇଥିଲା । ଆଜି ଆଉ ଟିକିଏ କୋହଳ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରହିଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ ।

ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ ଆଉ ଟିକିଏ ଉନ୍ନତି ହେଲେ ଦିନେ ଦୁଇ ଦିନ ଭିତରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଆଜି ପରୀକ୍ଷା ଥିବାରୁ କର୍ଫ୍ୟୁ କୋହଳ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଠିକ୍ ଭାବରେ ଚାଲିଛି, କିଛି ଅସୁବିଧା ହୋଇ ନାହିଁ । ପରୀକ୍ଷା ସରିଲା ସମୟରେ କର୍ଫ୍ୟୁ କୋହଳ ହେବ ।

ହିଂସାରେ ଯେଉଁମାନେ ଶଂଶ୍ଲିଷ୍ଟ ସେମାନଙ୍କୁ ଚିହ୍ନଟ କରାଯାଉଛି । ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ପୋଲିସ ଡିଜି । ହିଂସା ସୃଷ୍ଟିକାରୀଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ । ଲୋକେ ପୋଲିସକୁ ସହଯୋଗ କରିବାକୁ ଡିଜିପି ନିବେଦନ କରିଛନ୍ତି ।

Leave A Reply

Your email address will not be published.