Latest Odisha News

BREAKING NEWS

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ।

ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା ଅଭିଯୋଗରେ ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା। ଯାହା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ।

ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ ସ୍ପଷ୍ଟ କରିଛନ୍ତି ଯେ ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ବୃଦ୍ଧି ସମ୍ପର୍କରେ କୌଣସି ନୂତନ ବିଜ୍ଞପ୍ତି ଜାରି କରାଯାଇନାହିଁ। ତେବେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। କୌଣସି ଆଇନ ଭଙ୍ଗ ଉଦ୍ୟମ କରାଯାଇ ନାହିଁ। ଆଜି ସବୁଠି ପୋଲିସ ପାଟ୍ରୋଲିଂ କରାଯାଉଛି। ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଏବେ ଶାନ୍ତିପୂର୍ଣ୍ଣ ମାହୋଲ ଅଛି।

 

 

Comments are closed.