Latest Odisha News

BREAKING NEWS

ବାଲେଶ୍ବର ସହରରେ ବଢିଲା କର୍ଫ୍ୟୁ କୋହଳ ସମୟ, ୬ରୁ ଦିନ ୧୨ଯାଏଁ କର୍ଫ୍ୟୁ କୋହଳ

ବାଲେଶ୍ବର: ବାଲେଶ୍ବର ସହରରେ ଲାଗିଥିବା କର୍ଫ୍ୟୁ ବଳବତ୍ତର ରହିଛି । ତେବେ ଏହି କର୍ଫ୍ୟୁ କୁ ପୂର୍ବରୁ ଚାରି ଘଣ୍ଟା ପାଇଁ କୋହଳ କରାଯାଇଥିଲା ।ଏହାକୁ ପୁଣି ଏବେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ୧୧ଟା ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ।

ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କୋହଳ ହେବ କର୍ଫ୍ୟୁ । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହାପୂର୍ବରୁ ସହରରେ ଗୁରୁବାର ଇଣ୍ଟରନେଟ୍‌ ସେବା ବନ୍ଦକୁ ଜୁନ୍‌ ୨୨ ସକାଳ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ତେବେ କଟକଣା ଲାଗିଥିବା ସମୟରେ କୌଣସି ବ୍ୟକ୍ତି ନିଜ ଘର ଛାଡି ପାରିବେ ନାହିଁ । ଚାଲିକି ହେଉ କିମ୍ବା ଯାନବାହାନରେ ଯାତ୍ରା କରିପାରିବେ ନାହିଁ । ବାହାରେ ମଧ୍ୟ ବୁଲାବୁଲି କରିପାରିବେ ନାହିଁ । ଅନ୍ୟପଟେ, କର୍ଫ୍ୟୁ ଲାଗିଥିବା ଅଞ୍ଚଳ ଗୁଡିକରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ୨୧ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

 

Leave A Reply

Your email address will not be published.