Latest Odisha News

ସୋନାଲିିଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର

ଗୋଆ: ବିଜେପି ନେତା ତଥା ସୋସିଆଲ ମିଡିଆ ଟିକଟକ୍ ତାରକା ସୋନାଲି ଫୋଗାଟଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର୍ ।

 କୁର୍ଲିସ୍ ରେଷ୍ଟୁରାଣ୍ଟରେ ବୁଲଡୋଜର ଚଲାଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରୀନ ଟ୍ରିବ୍ୟୁନାଲ ସମର୍ଥନ କରିବା ପରେ ଏହି ରେଷ୍ଟୁରାଣ୍ଟକୁ ଭାଙ୍ଗିବା କାମ ଆରମ୍ଭ ହୋଇଛି । ଗୋଆ ଉପକୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ପାଇଁ ଥିବା  ନିୟମ ଉଲ୍ଲଂଘନ କରିଥିଲା ଏହି ରେଷ୍ଟୁରାଣ୍ଟ । ତେଣୁ ଏହି ହୋଟେଲକୁ ଭାଙ୍ଗି ଦିଆଯାଇଛି ।

ଏହି ହୋଟେଲକୁ ବହୁ ଯୁବପିଢ଼ି ନାଇଟ ପାର୍ଟିରେ ସାମିଲ ହେବାକୁ ଯାଇଥାନ୍ତି । ଏଠାରେ ଡ୍ରଗ୍ସ ବି ବ୍ୟବହାର ହୁଏ ।  ତେବେ  ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ଏହି ହୋଟେଲକୁ ବୁଲଡୋଜର ଦ୍ବାରା ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ ।  ଯାହାକୁ ନେଇ ହୋଟେଲ ମାଲିକ ବିରୋଧ କରିଥିଲେ । ପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍  ହୋଟେଲ ଭାଙ୍ଗିବାକୁ ପୂର୍ଣ୍ଣ ସମର୍ଥନ କରିଥିଲେ।

ସୋନାଲି ଫୋଗାଟଙ୍କ ସନ୍ଦେହଜନକ ମୃତ୍ୟୁରେ ହୋଟେଲର ବଡ଼ ଭୂମିକା ରହିଛି।

Comments are closed.