Latest Odisha News

BREAKING NEWS

4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା

ଘୁର୍ଣ୍ଣିବଳୟ ର ପ୍ରଭାବରେ ରାଜଧାନୀରେ ବର୍ଷା

ଭୁବନେଶ୍ବର ଆଗାମୀ ୨୪ ଘଣ୍ଟା ମଧ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଭୁବନେଶ୍ବର ସହ  କିଛି ଉପକୁଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ବର୍ଷା ଲାଗିରହିଛି ବୋଲି  ପାରାଦ୍ୱୀପ ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ରରେ ପ୍ରକାଶ କରିଛି ପାଣିପାଗ ବିଭାଗ ।

ରାଜଧାନୀରେ ମଧ୍ୟ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି

ଆଭ୍ୟନ୍ତରିଣ ସହ ପଶ୍ଚିମ ଓଡିଶା ପୂର୍ବ ଓଡ଼ିଶାରେ କିଛି ସ୍ଥାନରେ  ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ପାରାଦ୍ୱୀପ ରାଡାର ରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଞ୍ଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି

ଆଗାମୀ 24 ଘଂଟା ମଧ୍ୟରେ ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷା ସମ୍ଭାବନା । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.