Latest Odisha News

BREAKING NEWS

ଓଜନ ହ୍ରାସ କରେ ଭୃସଙ୍ଗ ପତ୍ର ଚା’: ଜାଣନ୍ତୁ କିପରି କରିବେ ସେବନ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଭୃସଙ୍ଗ ପତ୍ର ଛୁଙ୍କ ଦେଲେ, ତାହା ଖାଦ୍ୟର ସ୍ଵାଦକୁ ଦ୍ଵିଗୁଣିତ କରିଥାଏ। ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଏହି ପତ୍ରର ଉପଯୋଗ ଅଧିକ ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ପାଇଁ ହିତକାରୀ ଭୃସଙ୍ଗ ପତ୍ର ନିୟମିତ ଖାଲି ପେଟରେ ଚୋବାଇ ଖାଇଲେ ତାହା କେଶର ଘନତ୍ଵ ବଢ଼ାଇବା ସହ ତ୍ଵଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୁଏ। ନିକଟରେ ହୋଇଥିବା ଅନୁଧ୍ୟାନରୁ ପ୍ରମାଣିତ ହୋଇଛି, ପ୍ରତିଦିନ ଏହି ପତ୍ର ଫୁଟା ଚା’ ପିଇଲେ ଓଜନ କମ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ।

BjdElectrycity

ସକାଳ ବେଳା ଏହି ଚା’ ପିଇବା ଭଲ। ଭୁର୍ସୁଙ୍ଗ ପତ୍ରକୁ ଭଲରେ ଧୋଇ ଖରାରେ ଶୁଖାଇ ଏହାକୁ ଗୁଣ୍ଡ କରିବେ । ଏହି ଗୁଣ୍ଡର ଅଧ ଚାମଚ ନାଲି ଚା’ରେ ମିଶାଇ ପିଇ ପାରିବେ। ନଚେତ ଏହାକୁ ଅନ୍ୟ ଏକ ପ୍ରଣାଳୀରେ ମଧ୍ୟ ପ୍ରସ୍ତୁତ କରିହେବ। ଏକ ସସ ପ୍ୟାନକୁ ଚୁଲାରେ ବସାଇ ଦେଢ଼ କପ ପାଣି ଫୁଟାଇବେ। ସେଥିରେ ଅଦା ଛେଚା ଅଳ୍ପ ମିଶାଇବା ପରେ ୧୦-୧୨ଟି ଭୃସଙ୍ଗ ପତ୍ର ପକାଇବେ। ୨ ମିନିଟ ଭଲରେ ଫୁଟିବା ପରେ ଚୁଲା ବନ୍ଦ କରି ଫୁଟା ପାଣିକୁ କପରେ ଢାଳନ୍ତୁ। ସେଥିରେ ଅଧ ଚାମଚ ମହୁ ମିଶାଇ ଉଷୁମ ଥିବା ଅବସ୍ଥାରେ ହିଁ ପିଇବେ। ୧ ମାସ ନିୟମିତ ପିଇବା ପରେ ହିଁ ଜଣେ ଏହି ପାନୀୟର ଉପକାରିତା ଜାଣିପାରିବ।

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପାନୀୟ ପିଇଲେ ଆମ ବୃକକ୍, ଯକୃତକୁ ସଂକ୍ରମଣଜନିତ ରୋଗରୁ ରକ୍ଷା କରେ। ହୃଦରୋଗ ହେବାର ଆଶଙ୍କାକୁ କମ କରିବାକୁ ଚାହୁଁଥିଲେ ଦୈନିକ ୫-୬ଟି ଭୃସଙ୍ଗ ପତ୍ର ଖାଲିପେଟରେ ଚୋବାଇ ଖାଇବା ଭଲ। ମଧୁମେହ ରୋଗୀଙ୍କ ନିମନ୍ତେ ମଧ୍ୟ ଭୁର୍ସୁଙ୍ଗ ପତ୍ର ଚା’ ଔଷଧ ପରି କାମ କରେ। ଭିଟାମିନ ଏ ଭରପୂର ଏହି ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ମିଶାଇ ଖାଇଲେ ତାହା ଆଖିର ଜ୍ୟୋତି ବୃଦ୍ଧିରେ ସହାୟକ ହୋଇଥାଏ। କେଶ ଅଧିକ ପରିମାଣରେ ଝଡ଼ୁଥିଲେ, ଭୃସଙ୍ଗ ପତ୍ର ମହୌଷଧି ପରି କାମ କରେ।

Leave A Reply

Your email address will not be published.