Latest Odisha News

BREAKING NEWS

ଇଟାଲୀର ଭୟାନକ ଅଶୁଭ ଦ୍ୱୀପ; ଯେଉଁଠିକୁ ଯିବା ବିପଦପୂର୍ଣ୍ଣ !

ଭୁବନେଶ୍ୱର: ଇଟାଲୀର ମନଲୋଭା ପର୍ଯ୍ୟଟନ ସ୍ଥଳୀ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଇଟାଲୀର ଏହିପରି ଏକ ଦ୍ୱୀପ ଅଛି ଯାହାକୁ ଅଶୁଭ ଭାବେ ବିବେଚନା କରାଯାଏ । ଗୋୟଲା ନାମକ ଏହି ଦ୍ୱୀପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହା ଲୋକଙ୍କ ମନରେ ଏଭଳି ଭାବେ ଘର କରିଗଲାଣି ଯେ, ଏଠାକୁ ଯିବାକୁ ସେମାନେ ଭୟ କରୁଛନ୍ତି । ଆସନ୍ତୁ ଜାଣିବା ଏହି ଦ୍ୱୀପ ବିଷୟରେ-ଇଟାଲୀର ନେପଲ୍ସ ନିକଟରେ ଏହି ଦ୍ୱୀପ ଅବସ୍ଥିତ । ଦୂରରୁ ଏହା ଏତେ ସୁନ୍ଦର ଯେ, ଅନେକ ବିତଶାଳୀ ଏହାକୁ କିଣିବା ପାଇଁ ମନ କରିଥିଲେ ମଧ୍ୟ ଅଶୁଭ ହୋଇଥିବାରୁ ଏଥିରୁ ଦୂରେଇ ରୁହନ୍ତି ।

ଯେଉଁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଯାଆନ୍ତି ସେମାନେ ଭୟରେ ସନ୍ଧ୍ୟା ପୂର୍ବରୁ ଫେରି ଆସିଥାନ୍ତି । ୧୭ଶ ଶତାବ୍ଦୀ ବେଳକୁ ରୋମରେ ବିଭିନ୍ନ ବଡ ବଡ କାରଖାନା ଏଠାରେ ସ୍ଥାପନ କରାଯାଇଥିଲା । ପରେ ଏହା ବନ୍ଦ ହୋଇ ଯାଇଥିଲା । ୧୮୭୧ରେ ଫିଶିଂ କମ୍ପାନୀର ମାଲିକ ଲୁଇଗୋ ନେଗ୍ରୀ ପ୍ରଥମେ ଏହାକୁ କିଣିଥିଲେ । ତାଙ୍କ କମ୍ପାନୀ ଦେବାଳିଆ ହୋଇଯାଇଥିଲା । ଏହା ପରେ ଅନେକ ବ୍ୟକ୍ତି ଏହାକୁ କିଣିଥିଲେ ମଧ୍ୟ ବିଭିନ୍ନ କାରଣରୁ ଦ୍ୱୀପରେ ରହିପାରି ନ ଥିଲେ । ଏହାଠାରୁ ଏକ ଶ୍ରାପିତ ଦ୍ୱୀପ ବୋଲି କୁହାଗଲା । ୧୯୨୦ରେ ସୁଇଜରଲାଣ୍ଡର ହେନ୍ସ ବ୍ରାଉନ ଜିଦିରେ ଏହାକୁ କିଣିଥିଲେ ।

ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମୃତ ଶରୀର ଏଠାରେ ମିଳିଥିଲା । ତାଙ୍କ ପତ୍ନୀ ସମୁଦ୍ରରେ ବୁଡି ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଟୋ ଗ୍ରୁନବେକ ହୃଦଘାତରେ, ମୋରିସ ୟବେସ ସେଣ୍ଡେଜ ରୋଗଗ୍ରସ୍ତ ହୋଇଥିଲେ ଏବଂ ସେ ପରେ ଆତ୍ମହତ୍ୟା କରିଥିଲେ । ବେରନ କର୍ଲ ପଲ ଦେବାଳିଆ ହୋଇଯାଇଥିବା ବେଳେ ଫିଏଟ କମ୍ପାନୀର ମାଲିକ ଜିୟୋନୀ ଅଗ୍ନେଲ୍ଲୀଙ୍କ ଘରର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିଲେ । ଏବେ ବି ଏହି ଦ୍ୱୀପର କେହି ମାଲିକ ନାହାନ୍ତି ।

Leave A Reply

Your email address will not be published.