Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୨୪-୧-୨୦୨୦ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୪ ରିଖ ଶୁକ୍ରବାର ମକର ୧୦ଦିନ ମାଘମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର

ଘାତ ବାର-: ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜିର ବିଶେଷ ମହତ୍ତ୍ୱ-:ଆଜି ଶନି ମହାଗ୍ରହ ଉତ୍ତରାଷାଢା ନକ୍ଷତ୍ର ମକର ରାଶିକୁ ଚଳନ ହେବେ
ଆଜି: ମତ୍ସ୍ଯ ଓ ମାଂସ ଖାଇବା ନିଷେଧ

ମେଷ: ଆଜି ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ମିଳିବ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ସଭାସମିତି, ରାଜନୀତି, କଳା, ସାହିତ୍ୟ, କ୍ଷେତ୍ରରେ ସୁଫଳତା ମିଳିବ ।

ବୃଷ: ଆଜି ଆପଣଙ୍କର ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ

ମିଥୁନ: ଆଜି ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ମନାନ୍ତର ମତାନ୍ତର ଦେଖାଦେବ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

କର୍କଟ: ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇଦେଇପାରେ । ଯେଉଁ କାର୍ଯ୍ଯ ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ହୋଇଯିବ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଆନନ୍ଦିତ ହେବେ।

ସିଂହ: ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ଆକସ୍ମିକ ଦୂରଯାତ୍ରା କରିପାରନ୍ତି।

କନ୍ୟା: ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ ।

ବିଛା: ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

ଧନୁ: ନିଜ ଲୋକମାନେ ବିରୁଦ୍ଧାଚାର କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।

ମକର: ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ସହ ମନୋମାଳିନ ହୋଇ ପାରେ। ଆଶାନୁଯାୟୀ ସାହାଯ୍ୟ ସହଯୋଗ ପାଇବେ । ଆଜି ଅପରାହ୍ନରେ କୌଣସି ଶୁଭ ଖବର ପାଇ ଆନନ୍ଦିଆନନ୍ଦିତ ହେବେ ।

କୁମ୍ଭ: ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ବିବ୍ରତ ହେବେ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।

ମୀନ: ଭାବପ୍ର୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ । କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।

 

Leave A Reply

Your email address will not be published.