Latest Odisha News

BREAKING NEWS

ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଯାଜପୁର: ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଶେଷରେ ଓଡିଶାରେ ପହଞ୍ଚିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ନୂଆଦିଲ୍ଲୀରେ ଓଡ଼ିଶା ପୋଲିସକୁ ଏହି ମୂର୍ତ୍ତି ହସ୍ତାନ୍ତର କରିଥିଲେ । କଷ୍ଟମ ବିଭାଗ ପକ୍ଷରୁ ଏହି ମୂର୍ତ୍ତିକୁ ଉଦ୍ଧାର କରିଛି । ମୂର୍ତ୍ତି ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ଧର୍ମଶାଳା ପଠାଯାଇଛି । ଆଜି ମାଙ୍କ ମୂର୍ତ୍ତି ବଡ଼ଚଣାରେ ପହଞ୍ଚିବା ପରେ ଗ୍ରାମବାସୀ ମା’ ଙ୍କୁ ନିଜ ଗ୍ରାମକୁ ପାଛୋଟି ନେଇଥିଲେ । ବାଜା ସଂକୀର୍ତ୍ତନ ସହ ମାଙ୍କୁ ପୂଜାର୍ଚ୍ଚନା କରାଯାଇ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ପାଛୋଟି ନେଇଥିଲେ ଗ୍ରାମବାସୀ ।

ସୂଚନା ଅନୁଯାୟୀ, ୨୦୨୧ ମସିହା, ଜାନୁଆରୀ ୧୧ ତାରିଖ ଦିନ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମା କୋଟରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂଲ୍ୟବାନ ମୂର୍ତ୍ତିକୁ ଚୋରି କରି ନେଇଥିଲେ । ମୂର୍ତ୍ତିଟି ବହୁ ପୁରାତନ ଏବଂ ଅଷ୍ଟଧାତୁରେ ତିଆରି ହୋଇଥିବା ବେଳେ ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏହାର ତଦନ୍ତ କରିଥିଲେ ସୁଦ୍ଧା ଦୁର୍ବୁତ୍ତଙ୍କ ଟେର ପାଇପାରିନଥିଲା। ମୂର୍ତ୍ତିଟି ଦିଲ୍ଲୀ ଏୟାରପୋର୍ଟରୁ ଜବତ ହୋଇଥିବା ବେଳେ ଯାଜପୁର ପୋଲିସ ଓ ଗ୍ରାମବାସୀଙ୍କ ପ୍ରତିନିଧି ଦଳ ଦିଲ୍ଲୀ ଗ୍ରସ୍ତ କରି ମୂର୍ତ୍ତିକୁ ଚିହ୍ନଟ କରିବା ପରେ ଗ୍ରାମବାସୀଙ୍କୁ ମୂର୍ତ୍ତିକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.