Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ

ଉତ୍ତରପ୍ରଦେଶ: ମର୍ମନ୍ତୁଦ ସଦକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜୀବନ । ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏହି ଦୁର୍ଘଟଣା । ଗୋରଖପୁରରୁ ଦୃତ ଗତିରେ ଆସୁଥିବା ଟ୍ରକ କୁଶୀନଗର ରାଜପଥରେ ଠିଆ ହୋଇଥିବା ଏକ ବସ୍ କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗୋରଖପୁରରୁ ଏକ ବସ୍ କୁଶୀନଗର ଅଭିମୁଖେ ଯାତ୍ରା କରୁଥିଲା । ବସରେ ୩୦ରୁ ୪୦ରୁ ଉର୍ଦ୍ଧ୍ଵ ଲୋକ ଥିବା ବେଳେ ବସଟି  କୁଶୀନଗର ରାଜପଥରେ ଠିଆ ହୋଇଥିଲା । ସେତେବେଳେ ଗୋରଖପୁରରୁ ଦୃତଗତିରେ ଆସୁଥିବା ଏକ ଟ୍ରକ ବସଟିକୁ ଧକ୍କା ଦେଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଆହତ ମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।

 

Leave A Reply

Your email address will not be published.