Latest Odisha News

ମୁଝକୋ ସଜା ଦି ଓଲା ନେ; ଶୋ’ରୁମ ଆଗରେ ଗୀତଗାଇ ପ୍ରତିବାଦ କଲେ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ଶୋ’ରୁମ ସମ୍ମୁଖରେ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ ‘ତଡପ ତଡପ କର’ ଗୀତ ଗାଉଛନ୍ତି।

ଭିଡିଓରେ ଏକ ଠେଲା ଗାଡ଼ି ଉପରେ ଓଲା ସ୍କୁଟର ଏକ ସର୍ଭିସ୍ ସେଣ୍ଟର ସମ୍ମୁଖରେ ଠିଆ ହୋଇଛି। ଓଲା ସ୍କୁଟର ଉପରେ ଫୁଲମାଳ ରଖାଯାଇଛି।

ଜଣେ ବ୍ୟକ୍ତି ଶୋ’ରୁମ ବାହାରେ ମାଇକ ଧରି ତଡପ୍ ତଡପ୍ କର୍ ଦିଲ୍ ସେ ଆହା ନିକଲ୍‌ତି ରହି….’ ଗୀତ ଗାଉଥିବାର ଦେଖାଯାଉଛି। ବାସ୍ତବରେ ଏହି ଗୀତ ମାଧ୍ୟମରେ ସେ ଓଲା କମ୍ପାନୀଙ୍କୁ ବିରୋଧ କରୁଥିଲେ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ସେ କାହିଁକି ଏଭଳି ବିରୋଧ କରିଛନ୍ତି।

ସାଗର ସିଂ ନାମକ ଏହି ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପରେ ଏଥିରେ ବହୁତ ତ୍ରୁଟି ବାହାରିଥିଲା କିନ୍ତୁ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଅପ୍ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିନଥିଲା। ଯାହାପରେ ସାଗର ସିଂ ଇଲେକ୍ଟ୍ରିକ୍ ଶୋ’ରୁମ୍ ସାମ୍ନାରେ ସଲମାନ ଖାନଙ୍କ ସୁପରହିଟ୍ ଗୀତ ‘ତଡପ ତଡପ’ ଗୀତ ଗାଇ ପ୍ରତିବାଦ କରିଥିଲେ।

ଏହି ଭିଡିଓ କେଉଁ ସ୍ଥାନର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। କିନ୍ତୁ ଭିଡିଓଟି ସୋସିଆଲ ମିଡିଆରେ ଖୁବଜୋରରେ ଭାଇରାଲ ହେବାରେ ଲାଗିଛି।

 

Comments are closed.