Latest Odisha News

ଚାଇନା ବାଣ ଉପରେ ଲାଗିଲା କଟକଣା; ବିକ୍ରେତା ଧରାପଡ଼ିଲେ ଦେବାକୁ ପଡ଼ିବ ଜୋରିମାନା

ଭୁବନେଶ୍ୱର: ଦୀପାବଳି ଉତ୍ସବର ଅବ୍ୟବହିତ ପୂର୍ବରୁ ଚାଇନା ବାଣ ଉପରେ ଲାଗିଛି କଟକଣା । ଚୋରା ଚାଲାଣ ହୋଇ ବିକ୍ରିହେଉଥିବା ଏହି ବାଣ ଧରାପଡ଼ିଲେ ବିକ୍ରେତାଙ୍କୁ କଡ଼ା ଜୋରିମ।।ନା ଦେବାକୁ ପଡ଼ିବ । ଏପରିକି ଏହି ବାଣ ବ୍ୟବହାର କରୁଥିବା ନେଇ ଜଣା ପଡ଼ିଲେ ବାଣ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ୧୯୬୨ ଡ଼ି କଷ୍ଟମ୍ସ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଷ୍ଟମ୍ସ ବିଭାଗ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶନାମା ।

BjdElectrycity

ଏବେ ଚାଇନା ବାଣ ଆମଦାନୀ ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣରେ ଏହି ବାଣକୁ କୌଣସି ବ୍ୟକ୍ତି ବ୍ୟବହାର କରୁଥିଲେ, ବିକ୍ରି, କ୍ରୟ କିମ୍ବା ଏହି ବାଣକୁ ଚାଲାଣ କରୁଥିବା ଧରାପଡ଼ିଲେ ଆଇନତଃ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କଷ୍ଟମ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଅନୁଯାୟୀ, ୨୦୦୮ ବିସ୍ଫୋରକ ଆଇନ ଅନୁସାରେ ଏହି ଚାଇନା ବାଣ ବିପଦପୂର୍ଣ୍ଣ ତଥା କ୍ଷତିକାରକ ଅଟେ । କାରଣ, ଏହି ବାଣରେ ବ୍ୟାନ ହୋଇଥିବା କେତେକ କେମିକାଲ ଯଥା ରେଡ଼ ଲିଡ୍, କପ୍ପର ଅକ୍ସାଇଡ଼, ଲିଥିୟମ ଇତ୍ୟାଦି ରହିଛି । “ଏହି ବାଣ ଗୁଡ଼ିକ ଅତ୍ୟଧିକ ବିପଦପୂର୍ଣ୍ଣ ତଥା ପରିବେଶ ଲାଗି ଅତ୍ୟନ୍ତ କ୍ଷତିକାରକ ବୋଲି,” କଷ୍ଟମ୍ସ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସର୍ବସାଧାରଣରେ ଚାଇନା ବାଣ ବିକ୍ରି ହେଉଥିଲେ କିମ୍ବା କୌଣସି ବ୍ୟକ୍ତି ଏହି ବାଣକୁ ବ୍ୟବହାର କରୁଥିବାର ଦେଖିଲେ ତୁରନ୍ତ କଷ୍ଟମ୍ସ ବିଭାଗର କଣ୍ଟ୍ରୋଲ୍ ରୁମକୁ ୦୪୪ – ୨୫୨୪୬୮୦୦ କଲ୍ କରି ଜଣାଇବାକୁ ସୂଚନା ପ୍ରଦାନ କରାଯାଇଛି ।

ଏନେଇ ସରକାର ମଧ୍ୟ ଦୀପାବଳୀ ଉତ୍ସବ ଅବସରରେ ପରିବେଶକୁ ସୁହାଇଲା ଭଳି ବାଣ ରୋଷଣୀ ତିଆରି କରିବାନେଇ ଯୋଜନା କରୁଛନ୍ତି ବୋଲି ଜଣାପଡ଼ିଛି । ତେବେ ଘରୋଇ ବାଣ ପ୍ରସ୍ତତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଯେହେତୁ ଚାଇନାରୁ ବାଣ ଆମଦାନୀ ଚାଲିଛି, ଚାଇନା କମ୍ପାନୀ ନିର୍ମିତ ବାଣ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରାଗଲେ ଯାଇ ଏହି ବାଣ ବ୍ୟବହାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ।

Leave A Reply

Your email address will not be published.