Latest Odisha News

BREAKING NEWS

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ ରୂପେ ପାଳନ କରାଯାଏ ।

ଦ୍ୱିତୀୟ ମହାସମର ପରେ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିପାଇଁ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୯୩ ।

ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା, ନାଇରୋବି ଏବଂ ଭିଏନାଠାରେ ମଧ୍ୟ ମୁଖ୍ୟ କାର୍ଯ୍ୟାଳୟ ସବୁ ରହିଛି ।

ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା, ମାନବିକ ଅଧିକାରର ଅଗ୍ରାଧିକାର, ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇ ଦେବା ଓ ସାମରିକ ଦ୍ୱନ୍ଦର ସମାଧାନ କରିବା ।

୧୯୪୩ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଜାତିସଂଘର ପରିକଳ୍ପନା ପାଇଁ ହାତରେ କରିଥିବା ଲେଖନ
Leave A Reply

Your email address will not be published.