ମୁମ୍ବାଇ: ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେଉଛି କୋକେନ ଚାଲାଣ। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। ତାଙ୍କ ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଉଗାଣ୍ଡାର ନାଗରିକ ୨୪ ଏବଂ ୨୫ ତାରିଖ ରାତିରେ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ପଚରାଉଚରା ସମୟରେ ତାଙ୍କ ଉପରେ ସନ୍ଦେହ ଉପୁଜିଥିଲା। ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା ଯେ, ସେ ଅନେକ ହଳଦିଆ ରଙ୍ଗର ବଟିକା ଗିଳି ଦେଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ପେଟରୁ ବଟିକା ବାହାର କରାଯାଇଥିଲା ଏବଂ ଏଥିରେ ୮.୬୬କୋଟି ଟଙ୍କା ମୂଲ୍ୟର ୮୮୬ଗ୍ରାମ କୋକେନ୍ ମିଳିଥିଲା। ଏହି କୋକେନକୁ ଜବତ କରିଛି କଷ୍ଟମ ଅଧିକାରୀ। ଏହାସହ ଉକ୍ତ ବିଦେଶୀ ଚୋରା ଚାଲାଣକାରୀ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତଦନ୍ତ କରୁଛି ପୋଲିସ।
ସୂଚନାଥାଉକି, ଏହି ଘଟଣାର ଗୋଟିଏ ସପ୍ତାହ ପୂର୍ବରୁ କଷ୍ଟମ୍ସ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଦୁଇଟି ପୃଥକ ମାମଲାରେ ମୋଟ ୫.୭୫ କିଲୋଗ୍ରାମ ସୁନା ଜବତ କରିଥିଲେ। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫.୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି କାର୍ଯ୍ୟାନୁଷ୍ଠାନ ମେ ୧୭ ତାରିଖରେ ନିଆଯାଇଥିଲା ଏବଂ ଉଭୟ ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
Comments are closed.