Latest Odisha News

BREAKING NEWS

Cuttack Bali Yatra: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ବିଚାର କରୁଛି ଜିଲ୍ଲା ପ୍ରଶାସନ। ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା। ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ। ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ୯ ତାରିଖରେ ହାଇକୋର୍ଟରେ ମାମଲାର ରହିଛି ଶୁଣାଣି। ଉକ୍ତ ଦିନ ହେବାକୁ ଥିବା ହାଇକୋର୍ଟର ଶୁଣାଣି ବେଳେ ଏହି ନିଷ୍ପତ୍ତି ସଂପର୍କରେ ବିଚାର ଉପସ୍ଥାପନ କରାଯିବ। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ବାଲିଯାତ୍ରା ଆୟୋଜିତ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ପାର୍କିଂ, ଟ୍ରାଫିକ ସମସ୍ୟା, ଭିଡ଼ ନିୟନ୍ତ୍ରଣ ସମସ୍ୟା ଆଦି ଦର୍ଶାଇ ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ। ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ। cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ। ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ। ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି।

Comments are closed.