Latest Odisha News

BREAKING NEWS

ରିଲିଫ୍ ବଣ୍ଟନବେଳେ ଆହତ ହେଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

କଟକ : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହୋଇଥିବା କଟକର କିଛି ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପ୍ରଦାନ କରୁଥିବାବେଳେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କଟକରେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସମୟରେ ଦୁର୍ଭାଗ୍ୟବଶତଃ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ଗୋଡ ଖସିଯିବା ଫଳରେ ସେ ଆହତ ହୋଇଥିବା ଜଣାପଡିଛି ।

ଏହି ବିଜେଡି ନେତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ ‘ଫନି’ ଉପକୂଳ ଓଡିଶାରେ ତାଣ୍ଡବ ରଚିବା ସହ କଟକ, ଭୁବନେଶ୍ୱର ଏବଂ ପୁରୀରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

Leave A Reply

Your email address will not be published.