Latest Odisha News

BREAKING NEWS

ସୋଆ କମ୍ୟୁନିଟି ରେଡିଓରେ ‘ଫନି’ ବାତ୍ୟାର ସିଧା ପ୍ରସାରଣ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଶୁକ୍ରବାର ଦିନ ଭୟାନକ ରୂପ ନେଇ ଭୁବନେଶ୍ୱରରେ ପ୍ରବେଶ କରିବା ସମୟରେ ଏକ ଛୋଟିଆ ଟିମ୍ ଲୋକମାନଙ୍କୁ ଘୂର୍ଣ୍ଣିବାତ୍ୟାର ଧାରା ବିବରଣୀ ପ୍ରଦାନ କରିବା ସହ ପ୍ରତ୍ୟେକ ମୁହୂର୍ତକୁ କିପରି ସାମ୍ନା କରିବା ଆବଶ୍ୟକ ଓ ସେମାନେ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରି ଚାଲିଥିଲେ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ସୋଆ କମ୍ୟୁନିଟି ରେଡିଓ “ଭଏସ୍ ଅଫ୍ ସୋଆ କମ୍ୟୁନିଟି ୯୦.୪”ରେ ଏହି ୨୪ ଘଂଟିଆ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଗୁରୁବାର ସନ୍ଧ୍ୟାରୁ ଲୋକମାନଙ୍କୁ ପୁରୀ ଉପକୂଳକୁ ମାଡି ଆସୁଥିବା ଏହି ବାତ୍ୟା ବିଷୟରେ ଜଣାଇବା ସହ ପ୍ରତ୍ୟେକ ମୁହୂର୍ତର ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ପରିସ୍ଥିତିକୁ ଲୋକେ କିପରି ମୁକାବିଲା କରି ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହା କମ୍ୟୁନିଟି ରେଡିଓର ପ୍ରୟାସ ବୋଲି ଆର୍ଜେ
ସବ୍ନମ୍ କହିଛନ୍ତି । ଟେଲିଫୋନ ମାଧ୍ୟମରେ ଏହି ଷ୍ଟୁଡିଓରେ ଅସହାୟ ଲୋକଙ୍କୁ ଯୋଗାଯୋଗ କରିବା ନିମନ୍ତେ କୁହାଯାଇଥିଲା ଯେପରି ସେମାନଙ୍କୁ ବିପତି ସମୟରେ ସାହାଯ୍ୟ ପହଂଚାଯାଇପାରେ । ଏହା ଛଡା ନିଜ ଅଂଚଳରୁ ବାତ୍ୟା ସମ୍ପର୍କୀୟ ଘଟଣା ଜଣାଇବାକୁ କୁହାଯାଇଥିଲା ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ସୋଆ ଅଧିନସ୍ଥ ପରିବେଶ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ମେ୧ ଓ ୨ ଦୁଇ ଦିନ ଧରି ଫନି ବାତ୍ୟା ସମ୍ପର୍କୀତ ସମସ୍ତ ବିବରଣୀ ବିଷୟରେ ଏକ ସାକ୍ଷାତ୍କାର ଯୋଗେ ଅବଗତ କରାଇଥିଲେ । କମ୍ୟୁନିଟି ରେଡିଓ ଯୋଗେ ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକମାନେ ମଧ୍ୟ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ ଘଟଣାର ସିଧା ପ୍ରସାରଣ କରିଥିଲେ । ଆର୍ଜେ ସବନମ୍ ସମେତ ଆର୍ଜେ ରମାବଲ୍ଲଭ, ଆର୍ଜେ କେପି ଏବଂ ଆର୍ଜେ ଗୋ÷ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହା ଛଡା ଇଷ୍ଟେଟ୍ ଅଫିସର  ସୁରେଶ ନାୟକ, ସାଉଣ୍ଡ ଇଞ୍ଜିନିୟର ସତ୍ୟରଞ୍ଜନ ସ୍ୱାଇଁ ଏବଂ ଟେକ୍ନିସିଆନ୍  ପବିତ୍ର କୁମାର ସାହୁ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.