Latest Odisha News

BREAKING NEWS

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏସିପି ଜୋନ୍ ୱାନ୍ ଅମରେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୃତ ତୁଷାରକାନ୍ତ ଓ ତାଙ୍କ କଲେଜର ଜଣେ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାଛଡ଼ା ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ସେହି କନେକ୍ସନରେ ଯୁବତୀ ଓ ତା’ର ବଡ଼ ଭଉଣୀର ବୟଫ୍ରେଣ୍ଡ ଓ ଜଣେ ଧରମ ଭାଇ ଦୁଇ-ତିନି ମାସ ଧରି ଲଗାତର ମୃତ ତୁଷାରକୁ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ସେମାନେ ତୁଷାର ଉପରେ ବିଭିନ୍ନ ପ୍ରକାରର ଚାପ ପକାଉଥିଲେ। ତୁଷାର ବିରୋଧରେ ମିଛ ଏଫଆଇଆର୍ ଦେବା ପାଇଁ ମଧ୍ୟ ତାକୁ ଧମକ ଦେଉଥିଲେ।

ଅଗଷ୍ଟ ୩ ତାରିଖରେ ତୁଷାର ବାଇକ୍‌ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ। ଆଉ ସେହି ଦିନ ଠାରୁ ସେ ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ହେଲେ ଅଗଷ୍ଟ ୫ ତାରିଖରେ ଯୋବ୍ରା ବ୍ୟାରେଜରୁ ତୁଷାରକାନ୍ତଙ୍କ ମୃତଦେହ ମିଳିଥିଲା। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ

Leave A Reply

Your email address will not be published.