Latest Odisha News

BREAKING NEWS

ଶାହାରୁଖଙ୍କ ପଠାନ, ସଲମାନଙ୍କ ଟାଇଗର ୩ ରିଲିଜ ଡେଟ ନେଇ ଏବେ ବି ସସ୍ପେନ୍ସ ଜାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ୨୨ ଅକ୍ଟୋବରଠାରୁ ସିନେମା ହଲ ଖୋଲିବ । ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ପ୍ରଡ୍ୟୁସରମାନେ ସେମାନଙ୍କ ଫିଲ୍ମର ରିଲିଜ ଡେଟ ଘୋଷଣା କରି ସାରିଛନ୍ତି । ତେବେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଏବଂ ସଲମାନ ଖାଁ ଟାଇଗର ୩ ଫିଲ୍ମ ରିଲିଜ ଡେଟ ନେଇ ଏବେ ବି ସସ୍ପେନ୍ସ ଜାରୀ ରହିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୨୦୨୨ ମଧ୍ୟ ଭାଗରେ ଏହି ଫିଲ୍ମ ୨ଟି ରିଲିଜ ହୋଇପାରେ ।

ଏବେ ସୁଦ୍ଧା ଇଦ, ଦୀପାବଳୀ, ଗଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ ପରି ଦିନଗୁଡିକ ଆଗୁଆ ଅନ୍ୟ ଫିଲ୍ମମାନେ ବୁକ୍ କରି ସାରିଛନ୍ତି । ଏହା ମଧ୍ୟରେ ଏହି ୨ ମେଗା ଷ୍ଟାରଙ୍କ ଫିଲ୍ମ କେବେ ରିଲିଜ କରାଯିବ ସେ ନେଇ ପ୍ରଡ୍ୟୁସର ଓ ଡିଷ୍ଟ୍ରିବ୍ୟୁଟରମାନେ ଚିନ୍ତାରେ ପଡିଛନ୍ତି ।

Leave A Reply

Your email address will not be published.