Latest Odisha News

ବେହେରା ସାହିରୁ ୨୪ ସମେତ କଟକରୁ ଆଉ ୬୪ ପଜିଟିଭ ଚିହ୍ନଟ

କଟକ: କଟକରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୬୪ କରୋନା ସଂକ୍ରମିତ । ଏଥିମଧ୍ୟରୁ ୧୧ ଜଣ କ୍ୱାରେଂଟାଇନ୍ କେନ୍ଦ୍ରର, ୧୨ ଜଣ ହୋମ୍ କ୍ୱାରେଂଟାଇନ୍‌ର ଓ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୯ରେ ପହଂଚିଛି । ସହରରେ ୭୦୮ ଟି ଆକ୍ଟିଭ କେଶ ଥିବା ବେଳେ ୬୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ପ୍ରାଣ ଯାଇଛି । ଏନେଇ କଟକ ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଂଟେନ୍‌ମେଂଟ ଜୋନ୍ ଘୋଷଣା ହୋଇଥିବା ବେହେରା ସାହିରୁ ୨୪ ଜଣ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୭ ଜଣ ପୁରୁଷ ହୋଇଥିବା ବେଳେ ୭ ଜଣ ମହିଳା ଅଛନ୍ତି । ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସାମନ୍ତସାହିରୁ ୯ ଜଣ ମହିଳାଙ୍କ ସମେତ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ତୁଳସୀପୁର ମଠସାହିରୁ ଜଣେ, ମାଛୁଆ ବଜାରରୁ ଜରେ, ସିଡିଏ ସେକ୍ଟର-୧୧ରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ଥୋରିଆ ସାହିରୁ ଜଣେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।

ଆଜି ମୋଟ ୧୧ ଜଣ ସରକାରୀ କ୍ୱାରେଣ୍ଟାଇନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ମହିଳା ଏସ୍‌ସିବି ମେଡିକାଲ ଆଇସୋଲେସନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ୨ ଜଣ ପୁରୁଷ କୋଭିଡ ଯୋଦ୍ଧା ୫୧ ବର୍ଷିଅ ଜଣେ ଅରବିନ୍ଦ ନଗର ଓ ୨୮ ବର୍ଷିଅ ଅନ୍ୟ ଜଣେ ଓଏସ୍‌ଏପି ୬ଷ୍ଠ ବାଟାଲିଅନ୍‌ ମଧ୍ୟ କୋଭିଡ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। କେଶରପୁର, ତେଲେଙ୍ଗାବଜାର ଓ ବାଲିକୁଦାରୁ ଜଣେ ଲେଖାଏଁ ପରୁଷ ଓ ଦେଉଳ ସାହିରୁ ୨, ଦୋଳମୁଣ୍ଡାଇ, ଜଗତପୁର, ବଢେଇ ସାହିରୁ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ହୋଇଛନ୍ତି।

Leave A Reply

Your email address will not be published.