Latest Odisha News

BREAKING NEWS

ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ସ୍ଥାପନ କରିବା ଆଉ ୬ କୃତ୍ରିମ ଉପଗ୍ରହ !

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ଆଉ ୬ କୃତ୍ରିମ ଉପଗ୍ରହ ସ୍ଥାପନ କରିବା ପାଇଁ ଯୋଜନା କରୁଛି । ଜାତୀୟ ସୁରକ୍ଷା ସଂସ୍ଥା ଏହାର ଆବଶ୍ୟକତା ନେଇ ସରକାରଙ୍କୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଏଲଏସିରେ ଚୀନ ଏବଂ ପାକିସ୍ତାନ ପରି ଶତ୍ରୁ ଦେଶଙ୍କ ଉପରେ ନଜର ରଖା ଯାଇପାରିବ ।

ସାଟେଲାଇଟରେ ହାଇ ରେଜୁଲେଶନ କ୍ଷମତା ସମ୍ପନ୍ନ ସେନ୍ସର ଓ କ୍ୟାମେରା ଜରିଆରେ ଛୋଟ ବଡ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଭାରତ ନିକଟରେ ଥିବା ସାଟେଲାଇଟ କ୍ଷମତାକୁ ତୀବ୍ର ଓ ସୁଦୃଢ଼ କରିବା ପାଇଁ ସୁରକ୍ଷା ଏଜେନ୍ସି କହିଛି । ଚୀନ ସେନାଙ୍କ ସ୍ପଷ୍ଟ ଆକଳନ କରା ନ ଯାଇ ପାରିବାରୁ ଲଦାଖରେ ଅସୁବିଧେ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.