Latest Odisha News

BREAKING NEWS

‘ଖୁବଶୀଘ୍ର କଟକରେ ହୋଇପାରେ ବିମାନବନ୍ଦର!’

କଟକ: କଟକବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର। ସିଲଭର ସିଟିରେ ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ ବୋଲି କହିଛନ୍ତି କଟକର ସାଂସଦ ଭତୃହରି ମହତାବ। ସେ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସୂଚନା ଦେଇଛନ୍ତି।

ଖବର ଅନୁସାରେ ସାଂସଦ କହିଛନ୍ତି କଟକରେ ଏକ ବିମାନବନ୍ଦର ଆରମ୍ଭ କରିବା ଆବଶ୍ୟକତା ରହିଛି। ସେ ଚାରବାଟିଆ ବାୟୁସେନା ଘାଟିର ଆଧୁନିକୀକରଣ ଏବଂ ବିକାଶ ବିଷୟରେ କଥା ହୋଇଥିଲେ। ଭର୍ତ୍ତୃହରି ମହତାବ ସୂଚନା ଦେଇଥିଲେ ଯେ ଚାରବାଟିଆ ବାୟୁସେନା ଘାଟି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଅଛି ଏବଂ କଟକ ସହରର ଉପକଣ୍ଠ ଚୌଦ୍ୱାରରେ ଅବସ୍ଥିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବାୟୁସେନା ଘାଟି ବ୍ୟବହାର କରାଯାଇଥିଲା।

ଏହି ବାୟୁସେନା ଘାଟିକୁ ଏବେ କାର୍ଗୋ ଏବଂ ବେସାମରିକ ବିମାନ ଉଭୟ ପାଇଁ ବିକଶିତ ଏବଂ ବ୍ୟବହାର କରାଯାଇପାରିବ। ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଏକ ଲିଖିତ ଅନୁରୋଧ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇଛନ୍ତି ବୋଲି ସେ କହିଛନ୍ତି।

Comments are closed.