Latest Odisha News

BREAKING NEWS

ସିଏମସି କମିଶନରଙ୍କୁ ବାଥରୁମ କବାଟ ଦେଲେ କଟକ କଂଗ୍ରେସ ନେତା

କଟକ : ସରକାରଙ୍କ ବିଫଳତାକୁ ନେଇ ବିରୋଧି ବିଭିନ୍ନ ପ୍ରକାରର ପ୍ରତିବାଦ କରୁଥିବାର ଦେଖିବାକୁ ମିଳେ । ହେଲେ କଟକ ସହରରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି  । କଟକ ମହାନଗର ନିଗମର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧରଣର ଓ ନିଆରା  ଘଟଣା । ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରି ପ୍ରତିବାଦ କରିଥିଲେ କଟକ କଂଗ୍ରେସ ନେତା ମାନସ ଚୌଧୁରୀ  ।

ସୂଚନା ଅନୁଯାୟୀ, ମଙ୍ଗଳବାର ସିଏମସି ବୈଠକରେ ଅର୍ଥାଭାବ ଯୋଗୁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର ସୁବାସ ସିଂହ କହିଥିଲେ । ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ କବାଟ ଧରି ସିଏମସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ଆଉ ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ବରଂ ବାଥରୁମ କବାଟ ଲଗାଇବା ମଜୁରୀ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ। ଏଭଳି ଭିନ୍ନ ଧରଣର ପ୍ରତିବାଦ କରିବା ଘଟଣା ପରେ  ସିଏମସି କମିଶନରଙ୍କଠୁ ଆରମ୍ଭ କରି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଥିଲେ   । ତେବେ ଏଭଳି ନିଆରା ପ୍ରତିବାଦ କରିବାର କାରଣ ବିଷୟରେ କଟକ କଂଗ୍ରେସ ନେତା ମାନସ ଚୌଧୁରୀ ଗଣନାଧ୍ୟମକୁ ସୂଚନା ଦେଇଥିଲେ  ।

Leave A Reply

Your email address will not be published.