Latest Odisha News

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ ଦିବାକର ଦୀପ ସାଇକେଲ ଯୋଗେ ଘରକୁ ଫେରୁଥିଲେ ।

ତରବୋଡ଼ କେନ୍ଦୁପତ୍ର ଗୋଦାମ ନିକଟରେ ବିଡିଓଙ୍କ କାର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଦିବାକରଙ୍କୁ ଦ୍ଧାର କରି ପ୍ରଥମେ ତରବୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସ୍ୱାସ୍ଥ୍ୟଵସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ ।

ଡାକ୍ତରଖାନାରେ ଦିବାକର ଦୀପଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ତରବୋଡ଼ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.