Latest Odisha News

BREAKING NEWS

ନିଜ ଜୀବନକୁ ଖାତିର ନକରି ୪ ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଟ୍ରାଫିକ ପୋଲିସ

କଟକ: ନିଜ ଜୀବନକୁ ଖାତିର ନକରି ୪ ପଥଚାରୀଙ୍କ ଜୀବନ ବଞ୍ଚାଇ କଟକର ଜଣେ ଟ୍ରାଫିକ କନ୍‌ଷ୍ଟେବଲ୍‌ ।

ଘଟଣାଟି ଏମିତି ଥିଲା ଯେ, ଶନିବାର ରାତିରେ ଶିଖରପୁର ସ୍ଥିତ ଟ୍ରାଫିକ ପୋଷ୍ଟର ସଞ୍ଚାଳନ କରୁଥିଲେ ଲଳିତ ମୋହନ ନାୟକ। ଏହି ସମୟରେ ହଠାତ ଲଳିତ ଦେଖିଲେ ଜଗତପୁରପୁର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର, ଟ୍ରାଫିକ ସିଗନାଲ ଭାଙ୍ଗି ରାସ୍ତା ପାର ହେଉଥିବା ୪ ଜଣ ବ୍ୟକ୍ତିଙ୍କ ଆଡକୁ ମାଡିଯାଉଛି।

ଏହାଦେଖି ଲଳିତ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ନଷ୍ଟ ନକରି ନିଜ ଟ୍ରାଫିକ ପୋଷ୍ଟରୁ ଡେଇଁପଡ଼ି ଉକ୍ତ ଟ୍ରଲର ସାମ୍ନାରେ ଛିଡା ହୋଇଗଲେ । ଯାହା ଫଳରେ ଟ୍ରାଲରଟି ମଧ୍ୟ ଅଟକି ଯାଇଥିଲା।

ଲଳିତଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲେ । ତେବେ ନିଜ ଜୀବନକୁ ଖାତିର ନକରି ସଧାରଣ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଏହି ବାହାଦୂର ଟ୍ରାଫିକ ପୋଲିସଙ୍କୁ ସେଠାରେ ଉପସ୍ଥିତ ଲୋକ ଖୁବ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.