Latest Odisha News

ସିଂହ ଯେଉଁଠି ପୋଷା ମାନେ…

ଭୁବନେଶ୍ୱର: ଅନେକ ଲୋକ ଘରେ ଜୀବ ପାଳିବା ଆପଣ ଦେଖିଥିବେ । କୁକୁର, ବିଲେଇ, ଠେକୁଆ ଆଦିଙ୍କୁ ଲୋକେ ନିଜ ଘରେ ରଖିଥାନ୍ତି । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କୌଣସି ବ୍ୟକ୍ତି ସିଂହକୁ ନିଜର ପୋଷା କରି ଘରେ ରଖିବା ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଯିଏ, ସିଂହ ଭଳି ଏକ ହିଂସ୍ର ଜନ୍ତୁକୁ ନିଜେ ପୋଷା ମନେଇ ପାରିଛନ୍ତି ।

କୁହାଯାଏ ମଣିଷ ନିଜ ସ୍ନେହ ଓ ଭଲପାଇବା ଦେଇ ଯେ କୌଣସି ବ୍ୟକ୍ତିଙ୍କୁ ନିଜର କରି ପାରିବ । ଖାଲି ମଣିଷ ନୁହେଁ ଏହି ପଂକ୍ତିଟି ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି। ସ୍ନେହ ଓ ଭଲପାଇବାର ଡୋରରେ ଜଣେ ମଣିଷ କିପରି ସିଂହ ଭଳି ଏକ ହିଂସ୍ର ଜନ୍ତୁକୁ ନିଜର ପୋଷା ମନେଇଛି ଜାଣନ୍ତୁ ।

ପାକିସ୍ତାନର ଜଣେ ବ୍ୟକ୍ତି ଜୁକ୍ଲେଫ ଚୈାଧୁରୀ ଏକ ସିଂହକୁ ଆଣି ନିଜ ଘରେ ପାଳିଛନ୍ତି । ସିଂହଟି ତାଙ୍କ ପରିବାରର ଏକ ଅଂଶ ପାଲଟି ଯାଇଥିବା କହନ୍ତି ଜୁକ୍ଲେଫ। ଖାଲି ସିଏ ନୁହେଁ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସିଂହଟିର ନିବିଡ଼ ସମ୍ପର୍କ ରହିଛି । ତାଙ୍କ ଦୁଇ ବର୍ଷର ପୁଅ ମଧ୍ୟ ବିନା ଡ଼ରରେ ସିଂହ ସହ ଖେଳୁଛି ।

ଜୁକ୍ଲେଫ ତାଙ୍କ ସିଂହର ନାମ ରଖିଛନ୍ତି “ବବର” । ବବରକୁ କୌଣସି ପିଞ୍ଜରାରେ ବାନ୍ଧି ରଖା ଯାଉନାହିଁ। ଅନ୍ୟ ସଦସ୍ୟଙ୍କ ଭଳି ସେ ବି ଘର ମଧ୍ୟରେ ବୁଲାଚଲା କରୁଛି । ଖାଲି ସେତିକି ନୁହେଁ ପରିବାର ଲୋକଙ୍କ ସହ ସେ ପଲଙ୍କ ଉପରେ ଏକାଠି ଶୋଉଛି ମଧ୍ୟ । ପଡିଶା ଘର ଲୋକେ ଜୁକ୍ଲେଫଙ୍କ ଏହି ପାଳିତ ସିଂହ ସହ ଫଟୋ ଉଠାଇବାକୁ ପ୍ରାୟତଃ ଆସନ୍ତି କିନ୍ତୁ ବବର ସେମାନଙ୍କର ମଧ୍ୟ କୌଣସି କ୍ଷତି ଘଟାଉନଥିବା କହନ୍ତି ପରିବାର ଲୋକେ।

ଜୁକ୍ଲେଫ ତିନି ଲକ୍ଷ ଟଙ୍କା ଦେଇ ଏହି ସିଂହଟିକୁ କିଣିଥିବା ବେଳେ ସମସ୍ତ ବିଭାଗରୁ ଅନୁମତି ନେଇ ସିଂହଟିକୁ ଘରକୁ ଆଣିଥିବା କହନ୍ତି ସେ ।

Leave A Reply

Your email address will not be published.