Latest Odisha News

BREAKING NEWS

ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବା ଘଟଣା: ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କାଠଯୋଡ଼ି ନଦୀରେ ଅକ୍ଟୋବର ୯ରେ ଜଣେ ବ୍ୟକ୍ତି ଡ଼େଇଁ ପଡ଼ିଥିଲେ ଏବଂ ସେହିଦିନଠାରୁ ତାଙ୍କର ପତ୍ତା ମିଳୁନଥିଲା । ନଦୀରୁ ଆଜି ପୋଲିସ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି ।

ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବା ଯୋଗୁଁ ନିଆଳି ଅନ୍ତର୍ଗତ କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର କାଠଯୋଡ଼ି ନଦୀ ଗର୍ଭକୁ ଡ଼େଇଁ ପଡ଼ି ଆତ୍ମହତ୍ୟା କରିଥିଲେ ।

ଏସମ୍ପର୍କରେ କଟକ ଏସପି ରାଧା ବିନୋଦ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଗୋବିନ୍ଦପୁରର ରାହାମ୍ଭା ନିକଟବର୍ତ୍ତୀ ଦେବୀ ନଦୀରୁ ଦେବବ୍ରତଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇପାରିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, କେତେକ ପାରିବାରିକ ପ୍ରସଙ୍ଗକୁ ନେଇ ଦେବବ୍ରତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେମାନେ ଭୁବନେଶ୍ୱରକୁ ମୋଟରସାଇକେଲ ଯୋଗେ ନିଜ ସନ୍ତାନ ସହିତ ଯାଉଥିବା ବେଳେ ବ୍ରିଜ୍ ଉପରେ ଗାଡ଼ି ରଖି ଦେବବ୍ରତ ନଦୀକୁ ହଠାତ୍ ଡ଼େଉଁ ପଡ଼ିଥିଲେ ।

“ପିଲାକୁ କାଖରେ ଧରିଥିବା ପତ୍ନୀ ମଧ୍ୟ ଏହାଦେଖି ନଦୀକୁ ଡ଼େଇଁ ପଡ଼ିବାକୁ ଉଦ୍ୟମ କରୁଥିବା ବେଳେ ମୁଁ ଦୌଡ଼ିଯାଇ ଡ଼େଉଁବାରୁ ବାଧା ଦେଇଥିଲି,” ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ ଗଣମାଧ୍ୟକୁ କହିଛନ୍ତି ।

ପରେ ସଦର ପୋଲିସ ଓ ଓଡ୍ରାଫ ଟିମର ମିଳିତ ଉଦ୍ୟମରେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏପରିକି ଏହି ଉଦ୍ଧାରକାର୍ଯ୍ୟରେ କେତେକ ସ୍କୁବା ଡ଼ାଇଭର୍ ମଧ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.