Latest Odisha News

BREAKING NEWS

ବିିଜେପିରେ ଯୋଗଦେବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା: ସମ୍ବିତ ରାଉତରାଏ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଖୋଲାଖୋଲି ଭାବେ ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ତାଙ୍କ ପୁଅ ସମ୍ବିତ ରାଉତରାଏ କହିଛନ୍ତି, ବାପା ବିଜେପିରେ ମିଶି ବଡ଼ ଭୁଲ କରିଥିଲେ ।

“ବାପାଙ୍କ ଅସମୟର ଫାଇଦା ନେବା ସହିତ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ଦଳରେ ମିଶାଇଥିଲେ । ସେତେବେଳେ ଏହା ନକରିବାକୁ ମୁଁ ବାପାଙ୍କୁ ବୁଝାଇବାକୁ ସାଧ୍ୟମତେ ଉଦ୍ୟମ କରିଥିଲି । ମାତ୍ର, ସେ ସମୟରେ ମୋର କୌଣସି କଥା ବାପା କର୍ଣ୍ଣପାତ କରିନଥିଲେ,” ବୋଲି ବୁଧବାର ଦିନ ଗଣମାଧ୍ୟମ ଆଗରେ ପ୍ରକାଶ କରି କହିଛନ୍ତି ସମ୍ବିତ ରାଉତରାଏ ।

ଦାମଙ୍କର ଏହି ଇସ୍ତଫାର କାରଣ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି, ବାପା ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ । ତେଣୁ ବିଜେପିର ନୀତି ଓ ଆଦର୍ଶ ତାଙ୍କୁ ସୁହାଇ ପାରିନାହିଁ ।

“ବିଜେପି ଓ ବିଜେଡ଼ିର ନୀତି ଓ ଆଦର୍ଶ ସମ୍ପୂର୍ଣ୍ଣ ଭିନ୍ନ । ନିଜର ୪୫ ବର୍ଷର ରାଜନୈତିକ ଜୀବନରେ ଗୋଟିଏ ରାଜନୈତିକ ଦଳର ନୀତି ଆଦର୍ଶରେ ଚାଲିଥିବା ଯେକୌଣସି ନେତାଙ୍କୁ ଅନ୍ୟ ନୀତି ଆଦର୍ଶ ରହିଥିବା ଭିନ୍ନ ରାଜନୈତିକ ଦଳ ଆଦୌ ସୁହାଇବ ନାହିଁ । ତେଣୁ ମୁଁ ଭାବୁଛି ସେଥିଲାଗି ବାପାଙ୍କୁ ବିଜେପିର ନୀତି ଓ ଆଦର୍ଶ ଆଦୌ ସୁହାଇଲା ନାହିଁ । ବାପାଙ୍କର ଏହିସବୁ ନିଷ୍ପତ୍ତିରେ ମୁଁ ଆଦୌ ସନ୍ତୁଷ୍ଟ ନୁହେଁ,” ବୋଲି ସମ୍ବିତ କହିଛନ୍ତି ।

Leave A Reply

Your email address will not be published.