Latest Odisha News

BREAKING NEWS

କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ: ଜଣେ ଓଡିଆଙ୍କ ସମେତ ୩୨ ଜଣ ଅଟକ

କଟକ: କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ୩୨ ଜଣ ପଶ୍ଚିମବଙ୍ଗ ଲୋକ କଟକର ହୋଟେଲରୁ ଧରାପଡ଼ିବା ମାମଲାରେ କଟକ ଡିସିପି ଦେଇଛନ୍ତି ପ୍ରତିକ୍ରିୟା। ୪ ଜଣ କ୍ରିପ୍ଟୋ (crypto) କାରବାର ନାଁରେ ଠକେଇ କରିଥିଲେ। ସେମାନେ ସେଠାରୁ ଖସି ଆସି ପୁରୀରେ ଲୁଚିଥିଲେ। ପଶ୍ଚିମବଙ୍ଗର ଠକେଇର ଶିକାର ଜମାକାରୀ ମାନେ ପୁରୀରୁ କଟକକୁ ଆଣି ହୋଟେଲରେ ରଖିଥିଲେ। ପୋଲିସ ଖବର ପାଇଲା ପରେ ହୋଟେଲରେ ଚଢାଉ କରିଥିଲା।

ପଚରା ଉଚରା ପରେ ଅନଲାଇନ Crypto ଠକେଇ ସାମ୍ନାକୁ ଆସିଛି। ପୋଲିସ ଏବାବଦରେ ଅଧିକ ଅନୁସନ୍ଧାନ ଜାରି ରଖିଛି। ତେବେ Crypto କାରବାର ନାଁରେ ଠକେଇ ଏବଂ ଅପହରଣ କରି ହୋଟେଲରେ ରଖିବା ଦୁଇଟି ମାମଲା ହୋଇପାରେ ବୋଲି ଡିସିପି କହିଛନ୍ତି। ୪ଟି ଦାମୀ ଗାଡ଼ି, ୩୫ଟି ମୋବାଇଲ ଜବତ୍ ହୋଇଛି। ଏ ଦିଗରେ ଅଧିକ ଅନୁସନ୍ଧାନ ଜରି ରହିଛି। ଓଟୁ world ନାଁରେ ପ୍ରଥମେ crypto କାରବାର କରିଥିଲେ। ଭଲ ପ୍ରଫିଟ ହେବା ନାଁରେ ପରେ ଠକେଇ କରିଥିଲେ।

ପରେ ସଂସ୍ଥା ନା ବଦଳାଇ ଆଉ ଏକ ସଂସ୍ଥା ନାଁରେ crypto କାରବାର କରିଥିବା ପୋଲିସ ଜାଣିବାକୁ ପାଇଛି। ଅଟକ ଥିବା ୩୨ ଜଣଙ୍କ ଭିତରେ ଜଣେ ଓଡ଼ିଆ ଲୋକ ଥିବା ଜଣାପଡିଛି। ସେମାନଙ୍କ ଅଲଗା କିଛି ମତଲବ ରହିଛି କି ନାହିଁ ସେ ନେଇ ଖୋଳତାଡ ଚାଲିଛି।

 

Comments are closed.