Latest Odisha News

BREAKING NEWS

ହ୍ୱାଟ୍ସଆପରେ ପୋଲିସରେ ଅଭିଯୋଗ କରିପାରିବେ କଟକବାସୀ

କଟକ: କରୋନା ମହାମାରୀ ବେଳେ ହ୍ୱାଟ୍ସଆପରେ ଅଭିଯୋଗ କରି ପାରିବେ କଟକ ସହରର ଲୋକ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଜାରି କରିଛନ୍ତି ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ୱର । ଏହି ନମ୍ୱରଟି ହେଲା ୮୭୬୩୦୬୮୧୬୭ ।

କରୋନା ବେଳେ କୌଣସି ସମସ୍ୟା କିମ୍ବା ଅସୁବଧା ଥିଲେ ହ୍ୱାଟସଆପରେ ଜଣାଇ ପାରିବେ ସହରବାସିନ୍ଦା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ଡିସିପି । ସମସ୍ୟା କିମ୍ୱା ଅସୁବିଧା ସମ୍ପର୍କରେ ମେସେଜ୍ କିମ୍ୱା ଫଟୋ ଅବା ଭିଡିଓ କରି ପଠାଇବେ । କିନ୍ତୁ ଫୋନ୍ କଲ୍ କରିବାକୁ ମନା କରାଯାଇଛି ।

ଅଭିଯୋଗ ପାଇବା ପରେ ସେଗୁଡ଼ିକର ସମାଧାନ ପାଇଁ ପୋଲିସ ଚେଷ୍ଟା କରିବ । ନିଜେ କଟକ ଡିସିପି ଅଭିଯୋଗଗୁଡ଼ିକର ନିରୀକ୍ଷଣ କରିବେ । ଅଭିଯୋଗକାରୀଙ୍କୁ ଫୋନ କରିବେ ।

Leave A Reply

Your email address will not be published.