Latest Odisha News

BREAKING NEWS

କଟକରେ ଇଭି ଶୋରୁମରେ ଅଗ୍ନିକାଣ୍ଡ

କଟକ: ଶୁକ୍ରବାର ଶୀତୁଆ ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ କଟକ ସହରରେ ଥିବା ଏକ ଇଲେକ୍ଟ୍ରିକ୍ ଭେଇକିଲ୍ ଶୋ’ରୁମ ସମ୍ପୂର୍ଣ୍ଣ ଜଳିଯାଇଛି।

ସୂଚନା ଅନୁଯାୟୀ, ସହରର ରାଣୀହାଟସ୍ଥିତ କେନାଲ ରୋଡରେ ଥିବା ଶୋ’ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି ସମୟରେ ଦୋକାନ ବନ୍ଦ ଥିବାରୁ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେମାନେ ନିଆଁକୁ ଆୟତ୍ତ କରିବା ବେଳକୁ ଶୋ’ରୁମର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଥିଲା।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରୀ ଫାଟିଯିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଶୋ’ରୁମରେ ପ୍ରଦର୍ଶିତ ପ୍ରାୟ 15ଟି ଇଲେକ୍ଟ୍ରିକ୍ ସ୍କୁଟର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ବଜାରକୁ ଏହି ଗାଡି ଆସିବା ପରେ ବିଭିନ୍ନ ଲୋକ ଏହାକୁ କିଣିବାକୁ ଆଗ୍ରହ ରଖିଛନ୍ତି କିନ୍ତୁ ଖରା ଦିନେ ଅତ୍ୟଧିକ ତାତି ଯିବା ପରେ ହଠାତ୍ ନିଆଁ ଲାଗିଯିବା ଏବଂ ଚାର୍ଜିଂ ହେଉଥିବା ବେଳେ ବିସ୍ପୋରଣ ଘଟିବାରୁ ଅନେକ ଗାଡି ମାଲିକ ନିଜର ଇଭିର କ୍ଷତି ସହିଛନ୍ତି।

Leave A Reply

Your email address will not be published.