କଟକ: କଟକରେ ବାଣ ବିସ୍ପୋରଣ ଘଟଣା । ଏଥିରେ ୩ ଜଣଙ୍କର ମୃତୁ ହୋଇଛି । ଜଗତପୁର ଥାନା ଅନ୍ତର୍ଗତ ମହାଜନପୁରରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଜଣେ ଶିଶୁ କନ୍ୟା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଶିଶୁ କନ୍ୟାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରରେ ସମସ୍ତଙ୍କ ମୃତ୍ୟୁ ଘଟିଛି ।
ମୃତକ ତିନି ଜଣ ହେଲେ ମାଆ ସୁଧାଂଶୁବାଳା ନାୟକ, କୁନି ଝିଅ ସ୍ଥିତପ୍ରଜ୍ଞା ନାୟକ ଓ ଜେଜେ ମାଆ ପ୍ରଭାତୀ ନାୟକ । ଏହି ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।