Latest Odisha News

BREAKING NEWS

ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ: ଏଣିକି ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ସଂପୃକ୍ତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ତିନିଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ସିଏମସି ।

ଅତ୍ୟାବଶ୍ୟକ ସାମଗ୍ରୀ ବ୍ରିକି କରୁଥିବା ହୋଲସେଲର୍ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏଁ ଖୋଲିବ । ଅଣଅତ୍ୟାବଶ୍ୟକ ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ଯାଏଁ ଖୋଲିବ ।

ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନଗୁଡ଼ିକ ଦିନ ୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ମାଲଗୋଦାନ ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ମାଲଗୋଦାମ ବେହେରାସାହିରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତକାଲି ମାଲଗୋଦାନ କଣ୍ଟେନମେଣ୍ଟ ଜୋନରୁ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.