Latest Odisha News

BREAKING NEWS

ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ପୋଲିସ, ଗ୍ୟାଙ୍ଗଷ୍ଟର ପତ୍ତା ମିଳୁନି

କଟକ: ଗ୍ୟାଙ୍ଗଷ୍ଟ ହାଇଦର ସହଯୋଗୀ ୟାକୁବ ଖାନ୍ ଓରଫ ସଲ୍ଲୁ ଗିରଫ । ତାକୁ ଗିରଫ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ । ଗତକାଲି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା । ହାଇଦର ଫେରାର୍ ହେବା ନେଇ ତାକୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ତାକୁ ଗିରଫ କରାଯାଇଛି । ଏସସିବି ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେବା ବେଳେ ବିଭିନ୍ନ ସମୟରେ ହାଇଦରକୁ ଭେଟିବା ପାଇଁ ଆସିଥିଲା ୟାକୁବ । ତାକୁ ବିରିୟାନୀ ପାର୍ସଲ ଆଣି ଦେଇଥିଲା ।

ଫେରାର୍ ପଛରେ ତାର କିଭଳି ରହିଛି ସଂପୃକ୍ତି ? ଆଗରୁ ପ୍ଲାନ ପ୍ରସ୍ତୁତ ହୋଇଥିଲା କି ? କେଉଁମାନେ ହାଇଦରକୁ ଖସାଇ ନେବାରେ ସହାୟତା କରିଛନ୍ତି ? ଏଭଳି ଅନେକ ପ୍ରଶ୍ନର ଗୁରୁତ୍ୱପୂର୍ଣ୍ଣ ସୁରାକ ପୋଲିସ ୟାକୁବ ନିକଟରୁ ପାଇଥିବା ସୂଚନା ମିଳିଛି ।

ସେପଟେ ତିନି ଦିନ ପରେ ବି ହାଇଦରକୁ ଧରି ପାରିନି କମିଶନରେଟ ପୋଲିସ । ୬ ଜଣିଆ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ ଚଳାଇଛନ୍ତି । ହାଇଦରର ପୁରୁଣା ଆଡ୍ଡା, ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି । ତଥାପି ଗ୍ୟାଙ୍ଗଷ୍ଟକ ବାବଦରେ ମିଳିନି ସୁରାକ । କୁହାଯାଉଛି ସେ ପଶ୍ଚିମବଙ୍ଗ ଦେଇ ରାଜ୍ୟ ବାହାରକୁ ଚମ୍ପଟ ମାରିଛି । ଫେରାର୍ କରାଇବାରେ ହାଇଦରର ପୁଅ, ପୁତୁରା, ଭାଇ ଓ ଜ୍ୱାଇଁର ସଂପୃକ୍ତି ନେଇ ଲାଲବାଗ ଥାନାରେ ଏତଲା ହୋଇଛି ।

Leave A Reply

Your email address will not be published.