କଟକ: ମେୟରଙ୍କୁ ନଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ। କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋଶ କଲେ ବୈଠକ। ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାଁନ୍ତି କହିଲେ ସୋଫିଆ। ସୋଫିଆ କହିଛନ୍ତି, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି, ସମୀକ୍ଷା କରି ପାରୁନାହାଁନ୍ତି। ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି।
ଅନ୍ୟପଟେ ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଏମଏଲଏ କହି ତାଚ୍ଛଲ୍ୟ କଲେ ମେୟର। ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ। ସେ ପ୍ରସ୍ତାବ ଦେଇପାରିବେ କିନ୍ତୁ ସମୀକ୍ଷା କରିପାରିବେନି କହିଲେ ମେୟର। ମେୟର ପୁଣି କହିଛନ୍ତି କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି, ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି। ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି କହିଲେ ସିଏମସି ମେୟର ସୁବାସ ସିଂ ।
ସୂଚନା ଥାଉକି କଟକ ସହରର ବିଭିନ୍ନ ସମସ୍ୟା ଏବଂ ସମାଧାନକୁ ନେଇ ନୂଆ କମିଶନରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦୋଷ। ବିଶେଷ କରି ବାରବାଟି ଫୁଡ୍ କୋର୍ଟ, କଲ୍ୟାଣ ମଣ୍ଡପ, ସହିଦ୍ ଭବନ୍ ଉପରେ ବିସ୍ତୃତ ଆଲୋଚନା କରାଯାଇ ଆସନ୍ତା ୩୧ ତାରିଖରେ ଶୁଭ ଉଦଘାଟନ କରାଯିବା ବୋଲି ସୂଚନା ମିଳିଛି। ସେହିଭଳି କଟକ ସହରର ମୁଖ୍ୟ ସମସ୍ୟା ସଫେଇ ଉପରେ ଗୁରୁତ୍ବ, ପାର୍ବଣ ପୂର୍ବରୁ ରାସ୍ତାଘାଟ ମରାମତି ଏବଂ ପେଟାନାଳ ଓ ପାଞ୍ଚୋଟି ଡ୍ରେନ୍ କାର୍ଯ୍ୟର କିପରି ଶୀଘ୍ର ତ୍ଵରାନିତ ହେବ ସେନେଇ ଆଲୋଚନା କରିଥିଲେ ସୋଫିଆ।
Comments are closed.