Latest Odisha News

ସଫଳ ହେଲା ପ୍ଲାଜମା ଥେରାପି; କରୋନାରୁ ସୁସ୍ଥ ହୋଇ ଫେରିଲେ ରୋଗୀ

ଭୁବନେଶ୍ୱର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପିକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । କଟକର ଜଣେ କରୋନା ରୋଗୀ ଏହି ଥେରାପି ଦ୍ୱାରା ସୁସ୍ଥ ହୋଇଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି । ବିଭାଗର ସୂଚନା ଅନୁଯାୟୀ କଟକର ଏହି ରୋଗୀ ଜଣକ ହେଉଛନ୍ତି ୪୮ ବର୍ଷ ବୟସ୍କା ଜଣେ ମହିଳା । ସେ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଥିଲେ ।

ଏହାଛଡା ଓଡିଶାରୁ ଆଉ ୧୩ ଜଣ ପ୍ଲାଜମା ଥେରାପି ଚିକିତ୍ସା ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ଥିବା ଆଧିକାରୀକ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ଓ କିମ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି କରାଯାଉଥିବା ବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ ଏହି ବ୍ୟବସ୍ଥା ରହିଛି।

Comments are closed.