Latest Odisha News

BREAKING NEWS

ପୋଲିସ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ ,୫ଟି ବନ୍ଧୁକ ସହ ୪ ଜଣ ଅଭିଯୁକ୍ତ ଗିରଫ

କଟକ : କଟକ ପୋଲିସକୁ ପୁଣି ସଫଳତା । କଟକରୁ  ଆଜି ପୁଣି ବେଆଇନ ଅସ୍ତ୍ରଶସ୍ତ୍ର ସହ ୪ ଜଣ ବନ୍ଧୁକ ବେପାରୀଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ,୧୨ଟି ଅଫୁଟା ଗୁଳି ,ଦୁଇଟି ବାଇକ ସହ ୫ ଟି ମୋବାଇଲ ଫୋନକୁ ଜବତ କରିଛି କଟକ ସହରାଞ୍ଚଳ ପୋଲିସ।ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ।ଗିରଫ ହୋଇଥିବା ୪ ଜଣ ବେପାରୀ କଟକ ଚାଉଳିଆଗଞ୍ଜ ଥଟ୍ଟାରି ସାହିର ସୌମେନ୍ଦ୍ର ସାହୁ ଓରଫ ମାଗୁ ଏ ଘଟଣାର ମାଷ୍ଟର ମାଇଣ୍ଡ । ତା ନାଁ ରେ ଚାଉଳିଆ ଗଞ୍ଜ ଥାନାରେ ମାମଲା ରହିଥିବା ବେଳେ ,ବିହାର ମୁଙ୍ଗେରରୁ ଆଣି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧିମାନଙ୍କ ସହ ଡିଲ କରିଥାଏ । ଆଉ ଏ ବନ୍ଧୁକ ସବୁ ଆଣି ହଜାର ହଜାର ଟଙ୍କାରେ ବିକ୍ରି କରିଥାଏ।

ଅନ୍ୟ ତିନି ଜଣ ଅଭିଯୁକ୍ତ ହେଲେ ଜଗତସିଂହପୁର ତିର୍ତ୍ତୋଲ୍ କ୍ରିଷ୍ଣାନନ୍ଦପୁରର କାଳିଆ ଓରଫ୍ ଶେକ୍ ସାଜିଦ୍ ଅଲ୍ଲୀ,ବିରିଡି ପାର୍ବତୀ ପୁରର ସୁଦର୍ଶନ ମଲ୍ଲିକ୍ ଓରଫ୍ ଟିମିନା, ବିରିଡି ଥାନା ଶଙ୍କରପୁର ବାସୁଆ ଜେନା ସାହିର ବାଦଲ ଜେନା ଓରଫ୍ ଡେଙ୍ଗା ବୁଢା । ଏମାନଙ୍କ ନାଁ ରେ ମଧ୍ୟ ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି। ଏମାନେ ସମସ୍ତେ ବିହାରର ବନ୍ଧୁକ କାରଖାନାରୁ ବନ୍ଧୁକ ଆଣି ଅପରାଧିଙ୍କୁ ଯୋଗାଉଥିବାର ଜାଣିବାକୁ ପାଇଛି ପୋଲିସ । ଗତ ୮ ମଧ୍ୟରେ ୫୯ ଟି ବେଆଇନ ବନ୍ଧୁକ ଏବଂ ଗୁଳିକୁ ଜବତ କରାଯାଇଥିବା କହିଛନ୍ତି ପୋଲିସ କମିସନର ।ବିହାରରୁ ଚେର ଲମ୍ବିଛି ଓଡିଶା ଯାଏଁ । ଅପରାଧିଙ୍କ ହାତକୁ ଯୋଗାଇ ଦିଆଯାଉଛି ବନ୍ଧୁକ । ଯାହା ଫଳରେ ଅପରାଧିମାନେ ବେଫିକର ହୋଇ ଅପରାଧ ଘଟାଇବାରେ ସକ୍ଷମ ହେଉଛନ୍ତି । ସହରରେ ଅପରେସନ କ୍ଲିନ ଅଭିଯାନରେ ପୋଲିସକୁ ସଫଳତା ମିଳିଛି ।

 

Leave A Reply

Your email address will not be published.