Latest Odisha News

BREAKING NEWS

ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କଟକ : କଟକ ମାଣିକଘୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଝୁଣା ଧୂପରୁ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ପ୍ରବଳ ବେଗରେ ଦୁଇ ମହଲା ଘରକୁ ବ୍ୟାପି ଯାଇଛି । ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇଥିଲା । ପରେ ଦୁଇଟି  ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ଦେଢ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି।

Leave A Reply

Your email address will not be published.