Latest Odisha News

BREAKING NEWS

ବ୍ରିଜ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ମଧୁସୂଦନ ବ୍ରିଜ୍ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଏସସିବି ମେଡ଼ିକାଲ କଲେଜରେ ପିଜି ଶେଷବର୍ଷ ଛାତ୍ର । ମୃତ ଛାତ୍ର ବ୍ରହ୍ମପୁର ଅଞ୍ଚଳର ଜଗମୋହନ ସେଠୀ ବୋଲି ଜଣାପଡ଼ିଛି ।

ଗତକାଲିଠାରୁ ସେ ନିଖୋଜ ଥିଲେ । ବ୍ରିଜ ଉପରେ ଗତକାଲିଠୁ ତାଙ୍କର କାରଟି ଛିଡ଼ା ହୋଇ ରହିଥିଲା । ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ଏହାସହ କାରକୁ ଜବତ କରିଛି । ଏଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.